29.1 C
Bhubaneswar
Saturday, July 27, 2024
Homeଓଡିଶାଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ମୟୁରଭଞ୍ଜ ଡୁଙ୍ଗୁରିରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା । ମାମଲାର ପର୍ଦ୍ଦାଫାଶ କଲା ପୋଲିସ । ମହିଳାଙ୍କୁ ହତ୍ୟା ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ । ଟଙ୍କା ନେଣଦେଶକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, କୁଦାହାନସା ଗାଁର ବିଶେଶ୍ବର ବେହେରା ରୁମାପାହାଡି ଗାଁର ତପୋଇ ମହାନ୍ତଙ୍କ ସହ ଭଲ ସମ୍ପର୍କ ଥିଲା । ତପୋଇଙ୍କ ଠାରୁ ବିଭିନ୍ନ ସମୟରେ ବାରମ୍ବାର ଟଙ୍କା ମାଗି ନେଉଥିଲେ ବିଶେଶ୍ୱର। ବାରମ୍ବାର ଟଙ୍କା ମାଗିବାରୁ ଆଉ ତପୋଇ ମହାନ୍ତ ବିଶେଶ୍ୱରକୁ ଟଙ୍କା ଦେଇନଥିଲେ। ଫଳରେ ତପୋଇକୁ ସବୁଦିନ ପାଇଁ ଶେଷ କରିଦେବାକୁ ବିଶିକେଶନ ଏକ ଯୋଜନା କରିଥିଲା।

ଶେଷରେ ଗତ ୧୦ ତାରିଖ ଶୁକ୍ରବାର ଦିନ ତପୋଇ ରାଇରଙ୍ଗପୁର ସ୍ଥିତ ସାପ୍ତାହିକ ହାଟ ଆସିଥିଲେ । ତାଙ୍କୁ ସନ୍ଧ୍ୟା ସମୟରେ ସେଠାରୁ ନେଇ ଯାଇ ବିଶିକେଶନ ଓ ତାଙ୍କ ପୁଅ ଅନ୍ୟ ଦୁଇ ଜଣ ଯୁବକଙ୍କ ସହଯୋଗରେ ଜାମଦା ଥାନା ଜଟାପାଣି ଗାଁ ନିକଟସ୍ଥ ଜଙ୍ଗଲ ପାଖରେ ତପୋଇଙ୍କ ତଣ୍ଟିକୁ ଗାମୁଛା ସାହାଯ୍ୟରେ ଚିପି ହତ୍ୟା କରିଥିଲେ । ଏହାପରେ ଜଙ୍ଗଲ ଭିତରକୁ ଘୋଷାଡି ଘୋଷାଡି ନେଇ ସେଠାରେ ପଥର ସାହାଯ୍ୟରେ ତପୋଇଙ୍କ ମୁହଁକୁ ଛେଚି ଛେଚି ବିଗାଡି ଦେବା ସହ ଫୋପାଡି ପଳାଇଥିଲେ।

ଶେଷରେ ପଚରାଉଚରା ବେଳେ ଉଭୟ ବାପ ଓ ପୁଅ ଏହା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ସେହିପରି ହତ୍ୟା ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ସହଯୋଗୀ ରାଜେଶ ଦାସ ଓ ଲାଲଟୁ ଦାସଙ୍କୁ ଯାମଦା ଥାନା ଅଧିକାରିଣୀ ମିନତୀ ନାଏକ  ଗିରଫ କରିବାରେ ସଫଳ ହୋଇଥିଲେ। ଚାରି ଜଣ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking