ରଣପୁର: ରଣପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପୋଖରୀ ହୁଡାରେ ପୋତା ହୋଇଥିବା ନବଜାତ ଶିଶୁ କନ୍ୟା ର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଦିନେ ଦୁଇଦିନ ପୂର୍ବରୁ କେହି ଅଜଣା ବ୍ୟକ୍ତି ଏହି ଶିଶୁ କନ୍ୟାର ମୃତ ଦେହକୁ ପୋଖରୀ ହୁଡାରେ ପୋତି ଦେଇଥିବା ବେଳେ ବୁଲା କୁକୁର ପୋତାଯାଇଥିବା ସ୍ଥାନରୁ ଭିଡି ବାହାର କରିଦେବା ପରେ ଏହା ଲୋକଙ୍କ ନଜରକୁ ଆସିଥିଲା । କିଏ ଓ କାହିଁକି ଏହି ନବଜାତ ଶିଶୁ କନ୍ୟାଟିକୁ ମାରି ଏପରି ପୋଖରୀ ହୁଡାରେ ପୋତିଦେଇଥିଲା ସେ ସମ୍ପର୍କରେ କୌଣସି ସୂଚନା ନ ମିଳିବା ହେତୁ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରେ ଏ ସମ୍ପର୍କରେ ରଣପୁର ପୋଲିସକୁ ଅବଗତ କରାଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁ କନ୍ୟାକୁ ଜବତକରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।