22.1 C
Bhubaneswar
Saturday, January 11, 2025
Homeପଞ୍ଚାୟତ ନିର୍ବାଚନସବୁଠି ବିଜେଡିର ବାଜିମାତ

ସବୁଠି ବିଜେଡିର ବାଜିମାତ

ଭୁବନେଶ୍ୱର: ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଛ ଶାସନକୁ ଭରସା କରିଛନ୍ତି ଭୋଟର । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।
ପଂଚାୟତ ନିର୍ବାଚନର ଦିତୀୟ ଦିନର ଭୋଟ ଚାଲିଛିି । ଦିତୀୟ ଦିନରେ ଭୋଟ ଗଣତି ଆସନ ପାଇଁ ଚାଲିଛି ପାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ସକାଳ ୮ଠାରୁ ଦ୍ୱୀତୀୟ ପର୍ଯ୍ୟୟ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ୩୦୭ ଜିଲ୍ଲାପରିଷଦ ଜୋନରେ ଚାଲିଛି ଭୋଟ ଗଣତି କାର୍ଯ୍ୟ ।ଆସନ୍ତା କାଲି ଭୋଟ ଗଣିତ କାଯ୍ୟ ଶେଷ ହେବାକୁ ଥିବାବେଳେ ଏଣୁ ଏହି କାର୍ଯ୍ୟକୁ ଆହୁରୀ ତିବ୍ରତର କରାଯାଇଛି । ଗଣତି କେନ୍ଦ୍ରଗୂଡିକରେ କଡା ସୁରକ୍ଷାର ବ୍ୟବସ୍ଥା ମଧ୍ୟରେ ଭୋଟ ଗଣିତ ଚାଲିଥିବାବେଳେ ମୋଟ ୧ଲକ୍ଷ୫୬ହଜାର୭୫୩ୱାର୍ଡ ମେମ୍ବର ୩୨ହଜାର ୮୬୦ ସରପଂଚ୨୭ହଜାର୩୪ଜଣ ସମିତିସଭ୍ୟ ଓ ୩ହଜାର ୩୩୯ଜିଲ୍ଲାପାିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।  ବିଭିନ୍ନ ପଂଚାୟତର ଜିଲ୍ଲାପରିଷଦ,ସରପଂଚ,ସମିତିସଭ୍ୟ,ଏବଂ ୱାର୍ଡମେମ୍ବର ପାର୍ଥୀଙ୍କ ଭବିଷ୍ୟତ ମଧ୍ୟ ଧିରେ ଧିରେ ଖୋଲିବାକୁ ଲାଗୁଛି ।  ଦ୍ୱିତୀୟ ଦିନରେ ବର୍ତ୍ତମାନ ସୁଦ୍ଧା ମୋଟ ଜିଲ୍ଲାପରିଷଦ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୫୫୧ ବିଜେପି୩୨, କଂଗ୍ରେସ୩୧, ଏବଂ ଅନ୍ୟନ ମୋଟ ୭ଟି ଆସନ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking