ପାଟନା : ବିହାର ବିଧାନ ପରିଷଦରେ ବିଜେପି ଏବେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି । ୭୫ ସଦସ୍ୟ ବିଶିଷ୍ଟ ଏହି ସଦନରେ ବିଜେପିର ଆସନ ସଂଖ୍ୟା ବୃଦ୍ଧି ପାଇ ୨୪ ହୋଇଥିବା ବେଳେ ଜେଡିୟୁର ଆସନ ସଂଖ୍ୟା ୨୪ରୁ ୨୩କୁ ଖସିଆସିଛି । ନିକଟରେ ହୋଇଥିବା ଉପନିର୍ବାଚନରେ ବିଜେପି ନିଜର ଗୋଟିଏ ଆସନ ବଜାୟ ରଖିଥିବା ବେଳେ ଆଉ ଏକ ଆସନରେ ବିଜୟୀ ହୋଇଛି । ବିଜେପି ଗୟା ଶିକ୍ଷକ ଏବଂ ସ୍ନାତକ ଜିତିଥିବା ବେଳେ ମହାମେଣ୍ଟ କୋସୀ ଏବଂ ସାରଣ ସ୍ନାତକ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛି । ସେହିପରି ସାରଣ ଶିକ୍ଷକ ଆସନରେ ସିପିଆଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଯେଉଁ ୫ଟି ଆସନରେ ନିର୍ବାଚନ ହୋଇଥିଲା ସେଥିରୁ ମହାମେଣ୍ଟ ଦୁଇଟି ଆସନ ବଜାୟ ରଖିଥିବା ବେଳେ ଗୋଟିଏ ଆସନରେ ବିଜେପି ଏବଂ ଅନ୍ୟଟିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।