31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଅନ୍ତରୀକ୍ଷ ଯିବ ଭାଗବତ ଗୀତା

ଅନ୍ତରୀକ୍ଷ ଯିବ ଭାଗବତ ଗୀତା

ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ଅନୁଷ୍ଠାନ (ଇସ୍ରୋ) ୨୮ ଫେବୃଆରୀକୁ ଏପରି ଏକ ରକେଟ ଲଞ୍ଚ କରିବାକୁ ଯାଉଛି ଯାହା ଭାଗବତ ଗୀତା , ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଓ ୨୫ ହଜାର ଅନ୍ୟ ନାମକୁ ନିଜ ସାଥୀରେ ଅନ୍ତରୀକ୍ଷ ନେବ । ଦେଶର ସ୍ପେସ ମିଶନ ଇତିହାସରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଯାହା ପୁର୍ବରୁ କେବେ ହୋଇନଥିଲା । ଏହି ମିଶନକୁ ଭାରତୀୟ ଷ୍ଟାର୍ଟଅପ ସ୍ପେସ କିର୍ଡସ ଇଣ୍ଡିଆ, ଅତ୍ମନିର୍ଭର ଅଭିଯାନ ଅନୁସାରେ ପ୍ରସ୍ତୁତ କରାଯାଇଛି । ଏହାକୁ ଫେବୃଆରୀ ୨୮ରେ ନାନୋ ସାଟେଲାଇଟ ଓ ପୋଲାର ସାଟେଲାଇଟ ଭେହିକିଲ ଦ୍ୱାରା ଛଡାଯିବ ।
ଇସ୍ରୋ ଏହି ମାସର ଶେଷ ସୁଦ୍ଧା ନାନୋ ସାଟେଲାଇଟ ସହ ଅନ୍ୟ ଭାରତୀୟ ସାଟେଲାଇଟ ଓ ଏକ ବ୍ରାଜିଲର ସାଟେଲାଇଟ ଆମେଜୋନିଆ-୧କୁ ମଧ୍ୟ ଲଞ୍ଚ କରିବ । ଏପରି ମୋଟ ୪ଟି ସାଟେଲାଇଟ ଲଞ୍ଚ ହେବ । ଏହି ମଧ୍ୟରୁ ୩ଟି ଭାରତୀୟ ଅଟନ୍ତି । ଯଥା ସତୀଷ ଧାବନ, ଆନନ୍ଦ ଓ ୟୁନିଟିସେଟ । ଏହି ମଧ୍ୟରୁ ସତୀଷ ଧାବନ ସାଟେଲାଇଟରେ ଭାଗବତ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୫ହଜାର ଛାତ୍ରଛାତ୍ରୀଙ୍କ ନାମ ନେଇ ଅନ୍ତରୀକ୍ଷ ପଠାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking