28.1 C
Bhubaneswar
Wednesday, May 6, 2026
Homeଓଡିଶାଆକ୍ରମଣ କରି ଘାଇଲା କରୁଛି ଭାଲୁ

ଆକ୍ରମଣ କରି ଘାଇଲା କରୁଛି ଭାଲୁ

ମୟୂରଭଞ୍ଜ : ଚିନ୍ତା ବଢ଼ାଉଛି ଜଙ୍ଗଲି ଭାଲୁ । ଆକ୍ରମନାତ୍ମକ ଭାଲୁର ମୁକାବିଲା ପାଇଁ ନୟାନ୍ତ ଚାଷୀ । ବିଭିନ୍ନ ସମୟରେ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ଏବେ ପୁଣି ଘାଇଲା ହୋଇଛନ୍ତି ଚାଷୀ। ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରେଞ୍ଜ ଜରକ ପଞ୍ଚାୟତ କାଠୁଆନୁଆଗାଁ ଗ୍ରାମରେ ସକାଳୁ ଭାଲୁ ଆକ୍ରମଣରେ ଜଣେ ଚାଷୀ ଆହତ ହୋଇଥିଲା ବେଳେ ପ୍ରାୟ ୧୦ଟା ସମୟରେ ଦୁଇଜଣ ମହିଳା ଛେଳି ଚରାଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି।ଘଟଣାସ୍ଥଳରୁ ତିନିଜଣଙ୍କୁ ନିଜ ପରିବାର ଲୋକେ ଉଦ୍ଧାର ପରେ ଅଟୋ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ଚାଷୀ ଜଣକ ଜରକ ପଞ୍ଚାୟତ କାଠୁଆ ନୂଆଗାଁ ଗ୍ରାମର ଅନାମ ବେହେରା ବୋଲି ଜଣାପଡିଥିଲା ଏବଂ ମହିଳା ଦୁଇଜଣ ସାତକୋଶିଆ ରେଞ୍ଜ ମହୁଲଡିହା ପଞ୍ଚାୟତର କୋଇଲିପାଳ ଗାଁର ସୁଶିଳା ଦେହୁରୀ ଓ ଅଫିସସାହିର ସରୋଜିନୀ ମହାନ୍ତ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସକାଳେ ଅନାମ ଧାନ ବିଲରେ ପାଣି ଛାଡିବାକୁ ଯାଇଥିଲେ।ବିଲରେ ପାଣି ଛାଡୁଥିବା ବେଳେ ନିକଟ ଜଙ୍ଗଲ ଭିତରୁ ଦୁଇଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଦେଇଥିଲେ।ପାଖରେ ଥିବା ଅନ୍ୟ ଚାଷୀମାନେ ପାଟି କରିବାରୁ ଭାଲୁ ସେଠାରୁ ଖସି ପଳାଇ ଯାଇଥିଲା। ମହିଳା ଦୁଇଜଣ ସାଳନ୍ଦୀ ନଦୀକୂଳରେ ଛେଳି ଚରାଉଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ତେବେ ଏପରି ଘଟଣା ବାରମ୍ବାର ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଘଟୁଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀଙ୍କ ସୁରକ୍ଷା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଭାଲୁ ଆକ୍ରମଣରେ ଗୁରୁତରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking