28.1 C
Bhubaneswar
Wednesday, May 6, 2026
Homeଓଡିଶାବାର୍ଡ ଫ୍ଲୁରେ ମନୁଷ୍ୟ ଆକ୍ରାନ୍ତ : ସୋଫିଆ ଫିର୍ଦ୍ଦୋସ

ବାର୍ଡ ଫ୍ଲୁରେ ମନୁଷ୍ୟ ଆକ୍ରାନ୍ତ : ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର : ଗୃହରେ ଉଠିଲା ମଣିଷଠାରେ ବାର୍ଡ ଫ୍ଲୁ ଚିହ୍ନଟ ପ୍ରସଙ୍ଗ । ଆଜି ଶୂନ୍ୟକାଳରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ପ୍ରସଙ୍ଗ ଉଠାଇବା ସହ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗ କହୁଛି ଗତକାଲି ଯାଏଁ ମଣିଷଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ । କିନ୍ତୁ ଜଣଙ୍କଠାରେ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଥିଲେ ସୋଫିଆ । ଗତକାଲି ପୁରୀ ଜିଲ୍ଲା ମଙ୍ଗଳପୁର ମଷମରେ ଚିକିତ୍ସାଧୀନ ଜଣେ ଅସୁସ୍ଥଙ୍କୁ ଜ୍ୱର ହେବାରୁ ତାଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ଗତକାଲି ରାତିରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ନେଇ ସୂଚନା ଦେବାରୁ ଏନେଇ ଏକ ଛାନିଆ ସ୍ଥିତି ଉପୁଜିଛି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କହିଥିଲେ ଯେ, ଓଡ଼ିଶାର ଜଣେ ବାର୍ଡ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking