ଭୁବନେଶ୍ୱର : ଭଡାରେ ଯାଉଥିଲା ବାରବାଟୀ ଜେନେରେଟର । ଏନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ପୂର୍ୱତମ କ୍ରୀଡା ପ୍ରଶାସକ ବ୍ରଜ ନନ୍ଦ । କହିଲେ ବିଭିନ୍ନ ସାମାଜିକ କାଯ୍ୟକ୍ରମରେ ବ୍ୟବହାର ହେଉଥିଲା ଡିଜି ସେଟ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି । ବାରବାଟୀରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ଏ ବାବଦରେ କଂଗ୍ରେସ ବିଧାୟକ ତାରା ବାହିନୀ ପତି ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି , ବିଶ୍ୱରେ ନିନ୍ଦିତ ହେଲା ଓଡିଶା । ଯେଉଁମାନେ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ମିଳୁ । ଏପଟେ ଟିକେଟ କଳାବଜାରୀ ନେଇ ବିଜେଡି ନେତା ପସନ୍ନ ଆଚାଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଟିକେଟ ଅନେକ ମାତ୍ରାରେ କଳାବଜାରୀ ହୋଇଛି । ଲୋକେ ବାହାରେ ଛିଡାହୋଇ ଅପେକ୍ଷାରେ ରହିଲେ । ପାଶ ବେଶୀ ହେବା ଦ୍ୱାରା ବିଭ୍ରାଟ ହୋଇଛି ।