30 C
Bhubaneswar
Saturday, May 17, 2025
Homeଦେଶ ବିଦେଶଅଟୋରିକ୍ସାକୁ ଧକ୍କା ଦେଲା ଅଜଣା ଗାଡି; ୯ ମୃତ

ଅଟୋରିକ୍ସାକୁ ଧକ୍କା ଦେଲା ଅଜଣା ଗାଡି; ୯ ମୃତ

ପାଟନା: ଆଜି ବିହାର ରାଜ୍ୟର ଲଖିସରାଇ ଅନ୍ତର୍ଗତ ରାମଗଡ଼ ଚୌକ୍‌ ଥାନା ଅଞ୍ଚଳର ଜୁଲୋନା ଗାଁ ନିକଟ ଦେଇ ଯାଇଥିବା ୩୦ ନମ୍ବର ଜାତୀୟ ରାଜପଥରେ ଏକ ଅଟୋରିକ୍ସାକୁ ଗୋଟାଏ ଟ୍ରକ୍‌ ଧକ୍କା ଦେବାରୁ ଅନ୍ୟୂନ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଦୁର୍ଘଟଣାଗ୍ରସ୍ତ ସିଏନ୍‌ଜି ଅଟୋରିକ୍ସାରେ ୧୪ଜଣ ଯାତ୍ରୀ ଥିଲେ। ସାମ୍‌ନା ପଟୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଲା। ବାକି ଆହତ ଯାତ୍ରୀମାନଙ୍କୁ ତୁରନ୍ତ ନିକଟବର୍ତ୍ତୀ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଜଣେ ଆହତ ଯାତ୍ରୀଙ୍କର ମୃତ୍ୟୁ ଘଟିଲା।

ବାକି ଆହତମାନଙ୍କର ସଙ୍କଟଜନକ ସ୍ବାସ୍ଥ୍ୟାବସ୍ଥା କଥା ବିଚାର କରି ଉନ୍ନତ ଚିକିତ୍ସା ନିମନ୍ତେ ସେମାନଙ୍କୁ ପାଟନାସ୍ଥିତ ପାଟନା ମେଡିକାଲ୍‌ କଲେଜ ହସ୍ପିଟାଲ୍‌କୁ (ପିଏମ୍‌ସିଏଚ୍‌) ରେଫର୍‌ କରାଯାଇଛି। ପୁଲିସ କହିଛି, ଅଟୋରିକ୍ସାଟି ଲଖିସରାଇରୁ ସିକନ୍ଦ୍ରା ଆଡ଼କୁ ଯାଉଥିବା ବ‌େଳେ ଲଖିସରାଇ-ସିକନ୍ଦ୍ରା ରାସ୍ତାରେ ଦୁର୍ଘଟଣା ଘଟିଲା। ସେତେବେଳେ ଅଟୋରିକ୍ସାରେ ୧୫ଜଣ ଲୋକ ଥିଲେ। ଟ୍ରକ୍‌ ଏତେ ଜୋର୍‌ରେ ପିଟି ‌ହୋଇଥିଲା ଯେ, ଅଟୋରିକ୍ସାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking