ଭୁବନେଶ୍ୱର : ମଞ୍ଚରେ ଯାତ୍ରା ଚାଲୁଥିଲା । ହେଲେ ସିନରେ ଜଣେ ମୁସଲିମ ଚରିତ୍ରରେ ଥିବା କାଳାକାର ଜଣେ ହିନ୍ଦୁ ଯୁବକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ମାଡ ମାରୁଥିଲେ । କଳାକାରଙ୍କ ସଂଳାପ ମଧ୍ୟ ଏହାକୁ ନେଇ ଉତ୍ତେଜନା ସୃଷ୍ଟି କରିଥିଲା । ଏହା ଦେଖି ତଳେ ବସିଥିବା ଦର୍ଶକ ଗର୍ଜିଥିଲେ ା ଉତ୍ୟକ୍ତ ହୋଇ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫୋପାଡିଥିଲେ ା କିଛି ସମୟ ପାଇଁ ନାଟକ ପରିବେଶଣ ବନ୍ଦ ରହିଥିଲା । ପରେ ଉତ୍ୟକ୍ତ ଦର୍ଶକଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ପଡିଥିଲେ । ଏଭଳି ଏକ ଦୃଶ୍ୟ ଗତ ଗୁରୁବାର ରାତିରେ ଖଣ୍ଡଗିରି ପେଣ୍ଡାଲରେ ମଞ୍ଚସ୍ଥ ନାଟକ ସ୍ୱାମୀ ପାଇଁ ପଛେ ନର୍କକୁ ଯିବିରେ ଦେଖିବାକୁ ମିଳିଛି । ଖଣ୍ଡଗିରିରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଇଛି ।