33.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟ ଘୋଷଣା, ୨୨ ଜାନୁଆରୀ ଦିନ ୧୨.୨୦ ମିନିଟରେ ହେବ...

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟ ଘୋଷଣା, ୨୨ ଜାନୁଆରୀ ଦିନ ୧୨.୨୦ ମିନିଟରେ ହେବ ଆୟୋଜନ

ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିର ୨୦୨୪ ଜାନୁଆରୀ ୨୨ରେ ଉଦଘାଟନ ହେବ । ୨୨ ତାରିଖ ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ହେବ ଉଦଘାଟନ କାର୍ଯ୍ୟକ୍ରମ । ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ । ତେବେ ପ୍ରାଣ ପ୍ରତିଷ୍ଠା ହେବାର ସମୟ ଧାର୍ଯ୍ୟ କରାଯାଇଛି । ୨୨ ତାରିଖ ଦିନ ୧୨.୨୦ ମିନିଟରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଖବର ମୁତାବକ, ଆଜି ରାତି ୨.୦୯ ମିନିଟରୁ ରାମନଗରୀର କୋସୀ ପରିକ୍ରମା କରାଯିବ । ପରିକ୍ରମାରେ ପାଖାପାଖି ୧୪ କିମି ରାସ୍ତା ବୁଲିବାକୁ ହେବ । ପ୍ରାଣ ପ୍ରତିଷ୍ଠା ପାଇଁ ଚୟନ କରାଯାଉଥିବା ସମୟ ବହୁତ ସ୍ୱତନ୍ତ୍ର ରହିଛି । ସେଦିନ ଏହିସମୟରେ ମୃଗଶୀର୍ଷ ନକ୍ଷତ୍ର ରହିଛି । ଯାହା ବହୁତ ଶୁଭ ହୋଇଥାଏ । ଏହି ନକ୍ଷତ୍ରରେ କୃଷି କାର୍ଯ୍ୟ, ବେପାର, ବିଦେଶ ଯାତ୍ରା ପାଇଁ ସର୍ବଶ୍ରେଷ୍ଠ । ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ୧୭ ଜାନୁଆରୀରୁ ବିଧିବିଧାନ ପୂଜା ଆରମ୍ଭ ହୋଇଯିବ । ସେଦିନ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବ । ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି । ସିଆରପିଏଫର ୬ ବାଟାଲିୟନ ନିୟୋଜିତ ରହିଛନ୍ତି । ଯେଉଁଥିରେ ଗୋଟିଏ ମହିଳା ବାଟାଲିୟନ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking