28.1 C
Bhubaneswar
Saturday, July 27, 2024
Homeଓଡିଶାଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣlବେଳେ ଜବତ କଲା ପୋଲିସ

ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣlବେଳେ ଜବତ କଲା ପୋଲିସ

ବ୍ୟୁରୋ : ସରକାରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବାର ନାଁ ଧରୁନି। ଆଜି ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣବେଳେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଚିଲିବାଳସା ଗେଟ ନିକଟରୁ ୮୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି ଯବାନ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ କିଛି ନାବାଳକ ଓ ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବୋଲି ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ନାରାୟଣପାଟଣା ଅଞ୍ଚଳରୁ ଶ୍ରମିକମାନେ ଏକ ବସ୍‌ରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଉଥିଲେ। ଓଡ଼ିଶା ସୀମା ଚିଲିବାଳସା ଗେଟରେ ନିକଟରେ ଯବାନମାନେ ବସ୍‌ଟିକୁ ଅଟକାଇଥିଲେ। ଯାଞ୍ଚ ପରେ ଶ୍ରମିକମାନେ ଦାଦନ ଖଟିବାକୁ ଯାଉଥିବା ଜଣାପଡ଼ିଥିଲା । ପୁଲିସ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ଏମାନଙ୍କୁ କିଏ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ଼ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking