ଭୁବନେଶ୍ୱର: ଆଜିଠୁ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ। କମିବ ବର୍ଷାର ପରିମାଣ ଓ ବସ୍ତତି। ମୌସୁମୀ ସିିଜିନରେ ରାଜ୍ୟରେ ଜୁନ ୧ରୁ ଆଜି ସୁଦ୍ଧା ରେକର୍ଡ ହୋଇଛି ୧୧୫୩.୩ ମିଲିମିଟର ବର୍ଷା । ଯାହାକି ସ୍ୱାଭାବିକ ବର୍ଷା ୧୦୯୯.୯ ମିଲିମିଟର ତୁଳନାରେ ୫ ପ୍ରତିଶତ ଅଧିକ । କନ୍ଧମାଳ ଜିଲ୍ଲାରେ ମୌସୁମୀ ଋତୁରେ ସର୍ବାଧିକ ୧୬୬୪.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ସେହିପରି ଏଯାଏ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୭.୯ ମିଲିମିଟର ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ୫ ଜିଲ୍ଲାରେ ଅଧିକ ବର୍ଷା ଓ ବାକି ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡ଼ିଓ ମାମଲା, ବର୍ଷକ ପରେ ମୁହଁ ଖୋଲି କିଛି ଏମିତି କହିଲେ