37.1 C
Bhubaneswar
Friday, May 17, 2024
Homeଓଡିଶାବାଇକକୁ ପଛପଟୁ ଧକ୍କା ଧକ୍କା ଦେଲା ଆମ୍ବୁଲାନ୍ସ

ବାଇକକୁ ପଛପଟୁ ଧକ୍କା ଧକ୍କା ଦେଲା ଆମ୍ବୁଲାନ୍ସ

ବାଲେଶ୍ବର : ଶନିବାର ଅପରାହ୍ନ ସମୟରେ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ପିଠାପୁର ଗ୍ରାମର ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ଜଳେଶ୍ବର କୋର୍ଟକୁ ଯାଉଥିଲେ । ସେହି ସମୟରେ ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ଯାଉଥିଲା । ସାମାନ୍ୟ ଅସାବଧାନତା ଯୋଗୁ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଧକ୍କା ହେବ ଫଳରେ ଦୁଇ ବାଇକ୍ ଆରୋହୀ ଛିଟିକି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି  ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ବର ପୋଲିସକୁ ଖବର ଦେଇଥିଲେ । ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଆରୋହୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ବର୍ତ୍ତମାନ ଦୁଇ ବାଇକ ଆରୋହୀଙ୍କ ଚିକିତ୍ସା ଚାଲିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking