19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶବ୍ରିଜ ଭୂଷଣ ସିଂଙ୍କ ବିରୁଦ୍ଧରେ ଅଭିଯୋଗର ହେବ ତଦନ୍ତ

ବ୍ରିଜ ଭୂଷଣ ସିଂଙ୍କ ବିରୁଦ୍ଧରେ ଅଭିଯୋଗର ହେବ ତଦନ୍ତ

ନୂଆଦିଲ୍ଲୀ: ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ୭ ଜଣିଆ କମିଟି ଗଠନ କରିଛି। ଏହି କମିଟିରେ ମେରି କୋମ, ଡୋଲା ବାନାର୍ଜୀ, ଅଲକାନନ୍ଦ ଅଶୋକ, ଯୋଗେଶ୍ୱର ଦତ୍ତ, ସାହଦେବ ଯାଦବ ଏବଂ ୨ ଓକିଲ ରହିଛନ୍ତି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଶୁକ୍ରବାର ଅପରାହ୍ନରେ ଜରୁରୀକାଳୀନ ବୈଠକ ଡାକି ବିରୋଧୀ କୁସ୍ତି ଖେଳାଳିଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲା। ଏହାରି ମଧ୍ୟରେ ଯୌନ ଶୋଷଣ ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂ ମୁହଁ ଖଲିଥିଲେ। ତେବେ ସେ କୌଣସି ପରିସ୍ଥିତିରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ର ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଏହା ସହିତ ସେ କହିଥିଲେ, ‘ଯଦି ମୁଁ ପାଟି ଖୋଲିବି ତେବେ ସୁନାମି ଆସିବ। ମୋ ସମର୍ଥନରେ ମଧ୍ୟ ଅନେକ ଖେଳାଳି ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking