27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସହମତିରେ ସମ୍ପର୍କ ରଖୁଥିବା ଯୋଡ଼ିଙ୍କ ବୟସ ୧୬ ବର୍ଷ ହେଉ: ମଧ୍ୟପ୍ରଦେଶ ହାଇକୋର୍ଟ

ସହମତିରେ ସମ୍ପର୍କ ରଖୁଥିବା ଯୋଡ଼ିଙ୍କ ବୟସ ୧୬ ବର୍ଷ ହେଉ: ମଧ୍ୟପ୍ରଦେଶ ହାଇକୋର୍ଟ

ଭୋପାଳ: ଇଣ୍ଟରନେଟ ଯୁଗରେ ପିଲାମାନେ ଶୀଘ୍ର ପ୍ରାପ୍ତବୟସ୍କ ହୋଇଯାଉଛନ୍ତି । ତେଣୁ ସହମତିରେ ସମ୍ପର୍କ ରଖୁଥିବା ଯୋଡ଼ିଙ୍କ ବୟସ ୧୬ ବର୍ଷ ହେଉ । ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିଅର୍ ବେଞ୍ଚ ପୁଅ ଏବଂ ଝିଅ ମଧ୍ୟରେ ସହମତି ଭିତ୍ତିକ ସମ୍ପର୍କର ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ କରିବାକୁ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ପଛରେ ଯୁକ୍ତି କରି କୁହାଯାଇଛି ଯେ ଆଜିର ଇଣ୍ଟରନେଟ ଯୁଗରେ ପିଲାମାନେ ଶୀଘ୍ର ପ୍ରାପ୍ତବୟସ୍କ ହୋଇଯାଉଛନ୍ତି । ଗ୍ୱାଲିଅର୍ ଖଣ୍ଡପୀଠ କହିଛନ୍ତି ଯେ ବର୍ତ୍ତମାନର ଇଣ୍ଟରନେଟ ଯୁଗରେ କିଶୋର-କିଶୋରୀମାନେ ଶୀଘ୍ର ପ୍ରାପ୍ତବୟସ୍କ ହୋଇ ଯାଉଛନ୍ତି । ଏପରି ପରିସ୍ଥିତିରେ, ସେମାନେ ନେଉଥିବା କିଛି ପଦକ୍ଷେପ ବେଳେବେଳେ ତାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଉଛି । ଅନେକ କିଶୋର-କିଶୋରୀ ୧୮ ବର୍ଷରୁ କମ୍ ବୟସରେ ସମ୍ପର୍କ ରଖୁଛନ୍ତି । ଏହା ପରେ ପୁଲିସ ସେମାନଙ୍କ ବିରୋଧରେ ପକ୍ସୋ ଆକ୍ଟ ଓ ଧର୍ଷଣ ଭଳି ଦଫାରେ ମାମଲା ପଞ୍ଜିକରଣ କରୁଛି । ବିପରୀତ ଲିଙ୍ଗ ପାଇଁ ଆକର୍ଷଣରୁ ସୃଷ୍ଟି ହୋଇଥିବା ସମ୍ପର୍କରେ ପୁଅମାନଙ୍କୁ ଦୋଷୀର ଆଖ୍ୟା ଦିଆଯାଉଥିବାବେଳେ ସେମାନେ ଅଜ୍ଞତାରୁ ଏଭଳି କାର୍ଯ୍ୟ କରନ୍ତି ।

ଏହି କାରଣରୁ, ଅନେକ କିଶୋର ଅନ୍ୟାୟର ଶିକାର ହେଉଛନ୍ତି । ସୂଚନା ଥାଉ କି ଯେ ଗ୍ୱାଲିଅରର ଥାଟିପୁର ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ରାହୁଲ ଯାଦବଙ୍କ ବିରୋଧରେ ୧୪ ବର୍ଷର ନାବାଳିକାଙ୍କ ଅଭିଯୋଗ କ୍ରମେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ୧୭ ଜୁଲାଇ ୨୦୨୦ରେ ରାହୁଲଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲରେ ରହିଛନ୍ତି । ତାଙ୍କ ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ ପୀଡିତା ଦୁଇ ଜଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଘଟଣାଟି ୧୮ ଜାନୁଆରୀ ୨୦୨୦ରେ ଘଟିଥିଲା । ଝିଅଟି ଟିଉସନ ପଢିବାକୁ ରାହୁଲଙ୍କ ପାଖକୁ ଯାଉଥିଲା । ଘଟଣା ଦିନ କୋଚିଂସେଣ୍ଟରରେ କେହି ନଥିଲେ । ରାହୁଲ ତାଙ୍କୁ ନିଶା ଔଷଧ ମିଶା ଜୁସ ପିଇବାକୁ ଦେଇଥିଲେ, ଯାହା ପରେ ସେ ଚେତା ହରାଇଥିଲେ ।

ଏହା ପରେ ରାହୁଲ ତାଙ୍କୁ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ତିଆରି କରିଥିଲେ । ଅଭିଯୋଗ ହୋଇଛି ଯେ ରାହୁଲ ଯାଦବ ଭିଡିଓଗୁଡ଼ିକୁ ଭାଇରାଲ କରିବାର ଧମକ ଦେଇ ବାରମ୍ବାର ସମ୍ପର୍କ ରଖୁଥିଲେ । ସେହି କାରଣରୁ ଝିଅଟି ଗର୍ଭବତୀ ହୋଇଥିଲା । କୋର୍ଟଙ୍କ ଅନୁମତି ପାଇବା ପରେ ସେପ୍ଟେମ୍ବର ୨୦୨୦ରେ ତାଙ୍କର ଗର୍ଭପାତ ମଧ୍ୟ କରାଯାଇଥିଲା । ଓକିଲ କୋର୍ଟଙ୍କୁ କହିଥିଲେ ଯେ ଉଭୟଙ୍କ ସହମତିରେ ସମ୍ପର୍କ ଗଢିଉଠିଥିଲା । ତେଣୁ ରାହୁଲ ଯାଦବଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍‌ଆଇଆର୍ ରଦ୍ଦ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ସମସ୍ତ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ରାହୁଲ ଯାଦବଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍‌ଆଇଆରକୁ ରଦ୍ଦ କରିବା ସହ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ ଇଣ୍ଟରନେଟ୍ ଯୁଗରେ ସହମତି ଭିତ୍ତିରେ ସମ୍ପର୍କ ରଖିବାର ବୟସ ୧୮ ରୁ ୧୬ ବର୍ଷ କମାଇଦେବାକୁ ଉପରେ ପୁନର୍ବିଚାର କରନ୍ତୁ । ଯାହା ଦ୍ୱାରା ଯୁବକମାନଙ୍କ ପ୍ରତି ଅନ୍ୟାୟ ହେବ ନାହିଁ । ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀର ନିର୍ଭୟା ଘଟଣା ପରେ ସହମତି ସମ୍ପର୍କର ବୟସ ୧୬ରୁ ୧୮ ବର୍ଷକୁ ବୃଦ୍ଧି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking