28.1 C
Bhubaneswar
Friday, June 13, 2025
Homeଅପରାଧଏକ ତରଫା ପ୍ରେମରେ ବିଫଳ ହୋଇ ବିବାହିତା ମହିଳାଙ୍କୁ ଛୁରୀ ଭୁସି ହତ୍ୟା କଲା ଅଭିଯୁକ୍ତ

ଏକ ତରଫା ପ୍ରେମରେ ବିଫଳ ହୋଇ ବିବାହିତା ମହିଳାଙ୍କୁ ଛୁରୀ ଭୁସି ହତ୍ୟା କଲା ଅଭିଯୁକ୍ତ

ଭୁବନେଶ୍ବର : ଏକ ତରଫା ପ୍ରେମରେ ବିଫଳ ହେବାରୁ ମହିଳାଙ୍କୁ ଛୁରି ଭୁସି ହତ୍ୟାକଲା ଅବିଯୁକ୍ତ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାଜଧାନୀର ଶିଶୁଭବନ ଅଞ୍ଚଳରେ। ମୃତ ମହିଳା ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଗୀତାଞ୍ଜଳି ରଞ୍ଜିତା। ସୂଚନା ମୁତାବକ, କିଛିଦିନ ତଳେ ଯୁବକ ଜଣକ ମହିଳାଙ୍କୁ ଏକ ତରଫା ଭାବେ ଭଲପାଇ ବସିଥିଲା। ବିଭିନ୍ନ ସମୟରେ ତାଙ୍କୁ ପିଛାକରି ପ୍ରେମ ନିବେଦନ କରିବା ଭଳି ହରକତ କରିଥିଲା। ମହିଳା ତା’ର ବ୍ୟବହାରେ ଅତିଷ୍ଠ ହୋଇ ନିଜ ସ୍ବାମୀ କୁଞ୍ଜବିହାରୀ ଦତ୍ତଙ୍କୁ ଜଣାଇଥିଲେ। ଏକଥା ଅଭିଯୁକ୍ତ ଯୁବକ ଜାଣି ପ୍ରତି‌‌ଶୋଧ ପରାୟଣ ହୋଇ ଗୀତାଞ୍ଜଳିଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ସେ ସୁଯୋଗକୁ ଅପେକ୍ଷା କରିଥିଲା। ଯୁବକ ଜଣକ ମଙ୍ଗଳବାର ସନ୍ଧ୍ୟାରେ ଛୁରି ଧରି ଗୀତାଞ୍ଜଳିଙ୍କ ଘର ନିକଟରେ ଛକି ବସିଥିଲା। ସେ କୌଣସି କାମରେ ଘରୁ ବାହାରକୁ ଆସିଥିବା ବେଳେ ସୁଯୋଗ ପାଇ ଅଚାନକ ତାଙ୍କ ପେଟକୁ ଛୁରିରେ ଭୁସି ଚାଲିଲା। ମହିଳା ତଳେ ପଡ଼ିଯିବା ପରେ ସେଠାରୁ ଫେରାର୍‌ ହୋଇଯାଇଥିଲା। ଆଖପାଖରେ ଥିବା ଲୋକ ଧାଇଁ ଆସି ମହିଳାଙ୍କୁ ଉଦ୍ଧାର କରିବା ସହ ସ୍ବାମୀଙ୍କୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ନିକଟରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ପୁଲିସ ଠାବ କରି ଯାଞ୍ଚ କରୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking