33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶତାଜମହଲ ବୁଲିବାକୁ ଯାଇଥିବାବେଳେ ଘଟିଲା ଅଘଟଣ, ସିପିଆର ଦେଇ ବାପାଙ୍କୁ ବଞ୍ଚାଇଲା ପୁଅ

ତାଜମହଲ ବୁଲିବାକୁ ଯାଇଥିବାବେଳେ ଘଟିଲା ଅଘଟଣ, ସିପିଆର ଦେଇ ବାପାଙ୍କୁ ବଞ୍ଚାଇଲା ପୁଅ

ଆଗ୍ରା : ଜୀବନ କ୍ଷଣସ୍ଥାୟୀ । କେତେବେଳେ କେଉଁ ମୁହୂର୍ତ୍ତରେ ମଣିଷ ଜୀବନରେ ବିପଦ ଆସିବ ତାହା କେହି କହି ପାରିବେ ନାହିଁ । ଆପଣ ମଧ୍ୟ ଏମିତି ଅନେକ ଘଟଣା ଶୁଣିଥିବେ ଯେଉଁଥିରେ ମଣିଷକୁ ହଠାତ ନିଶ୍ୱାସ ନେବାରେ ସମସ୍ୟା ହୁଏ । ଆଉ ଚାହୁଁ ଚାହୁଁ ମଣିଷ ଜୀବନର ଦୀପ କ୍ଷଣିକରେ ଲିଭିଯାଏ । ଥରେ ଭାବନ୍ତୁ ତ ଆପଣ ନିଜ ପରିବାର ସହ କୌଣସି ଏକ ସ୍ଥାନକୁ ବୁଲିବାକୁ ଯାଇଥିବେ ଆଉ ହଠାତ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନିସ୍ୱାସ ନେବାରେ ସମସ୍ୟା ହେବ, ତେବେ ଆପଣ କଣ କରିବେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ , ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । କାରଣ ଏଭଳି ଏକ ପରିବାର ତାଜମହଲ ବୁଲିବାକୁ ଯାଇଥିବା ସମୟରେ ହଠାତ ତାଙ୍କ ପରିବାରର ଜଣେ ବୃଦ୍ଧଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା । କିନ୍ତୁ ତାଙ୍କ ପୁଅର ଉଚିତ ବୁଦ୍ଧି ଯୋଗୁଁ ବୃଦ୍ଧ ଜଣଙ୍କ ମୃତ୍ୟୁ ମୁଖରୁ ଉଦ୍ଧାର ହୋଇଛନ୍ତି । ତେବେ ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ଏଭଳି ଘଟଣା ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲର ସେଣ୍ଟ୍ରାଲ ଟ୍ୟାଙ୍କ ନିକଟରେ ହୋଇଥିଲା । ଏଠାରେ ଜଣେ ବୃଦ୍ଧ ପର୍ଯ୍ୟଟକ ହଠାତ୍ ବୋହୋସ ହୋଇଗଲେ । ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଲା । କିନ୍ତୁ ପର୍ଯ୍ୟଟକଙ୍କ ସେନା ଅଧିକାରୀ ପୁଅ ଠିକ ସମୟରେ ସି.ପି.ଆର ଦେବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି । ସେ ତାଙ୍କ ବାପାଙ୍କ ଛାତିକୁ ବାରମ୍ବାର ପମ୍ପ କରିବାକୁ ଚେଷ୍ଟା କରିଥିଲେ । ପରେ ପାଟି ରୁ ପାଟିକୁ ନିଶ୍ୱାସ ଦେବା ଆରମ୍ଭ କରିଥିଲେ । ଆଉ ଶେଷରେ ନିଜ ବାପାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ ସେ । ଏଭଳି ଦୃଶ୍ୟ ଦେଖି ନିକଟରେ ଥିବା ପର୍ଯ୍ୟଟକମାନେ ଏକତ୍ରିତ ହୋଇଥିଲେ । ପୁଅର କିଛି ମିନିଟ୍ ପରିଶ୍ରମ ପରେ ତାଙ୍କ ବାପାଙ୍କୁ ହୋସ ଆସିଥିଲା । ଏହା ପରେ ସିଆଇଏସ୍ଏଫ୍ କର୍ମଚାରୀଙ୍କ ସହାୟତାରେ ବୃଦ୍ଧ ପର୍ଯ୍ୟଟକଙ୍କୁ ଆମ୍ବୁଲାନ୍ସରେ ଆର୍ମି ହସ୍ପିଟାଲକୁ ପଠାଯାଇଥିଲା ।ସୂଚନା ଅନୁସାରେ ଦିଲ୍ଲୀ ବାସିନ୍ଦା ୭୦ ବର୍ଷିୟ ରାମ ରାଜୁ ତାଜମହଲ ଦେଖିବା ପାଇଁ ତାଙ୍କ ପରିବାର ସହିତ ଯାଇଥିଲେ । ସେଣ୍ଟ୍ରାଲ ଟ୍ୟାଙ୍କ ନିକଟରେ ମଧ୍ୟାନ୍ନ ୧୨.୩୫ ମିନିଟ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ବୋହୋସ ହୋଇ ଯାଇଥିଲେ । ପର୍ଯ୍ୟଟକଙ୍କ ପୁଅ ମଧ୍ୟ ତାଙ୍କ ସହ ଥିଲେ, ଯିଏ ଭାରତୀୟ ନୌସେନାର ଜଣେ ଅଧିକାରୀ । ଯେତେବେଳେ ତାଙ୍କ ବାପାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଦେଖିବାକୁ ପାଇଲେ ସେତେବେଳେ ସେ ସି.ପି.ଆର ଦେବା ଆରମ୍ଭ କରିଥିଲେ । ଏହି ସମୟରେ ଉଦ୍ଧାରକାରୀ ଦଳ ଏବଂ ସିଆଇଏସ୍ଏଫ୍ ଯବାନମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପର୍ଯ୍ୟଟକଙ୍କୁ ଏକ ହ୍ୱିଲ ଚେୟାରରେ ବସାଇ ଏମର୍ଜେନ୍ସି ଗେଟରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା । ପରେ ପର୍ଯ୍ୟଟକଙ୍କୁ ଆମ୍ବୁଲାନ୍ସ ଯୋଗେ ଆର୍ମି ହସ୍ପିଟାଲକୁ ପଠାଯାଇଥିଲା । ବର୍ତ୍ତମାନ ସମୟରେ ନିଜ ବାପା ମା’ଙ୍କୁ ପିଲାମାନେ ପଚାରୁ ନାହାନ୍ତି । କିନ୍ତୁ ଏହି ପୁଅ ଜଣଙ୍କ ନିଜ ବାପାଙ୍କୁ ବଞ୍ଚାଇବା ପାଇଁ ଯେଉଁ ଚେଷ୍ଟା କରିଛନ୍ତି ତାହା ସତରେ ପ୍ରଶଂସନୀୟ । ତାଙ୍କର ଏହି ପଦକ୍ଷେପ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking