31.1 C
Bhubaneswar
Wednesday, June 26, 2024
Homeଓଡିଶାଚତୁର୍ଥ ନାଭାଲ ଟାଟା ଗ୍ରାସ ରୁଟ ହକି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଘାଟିତ

ଚତୁର୍ଥ ନାଭାଲ ଟାଟା ଗ୍ରାସ ରୁଟ ହକି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଘାଟିତ

ଯାଜପୁର : ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଚତୁର୍ଥ ନାଭାଲ ଟାଟା ଗ୍ରାସରୁଟ ହକି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ୧୬ବର୍ଷରୁ କମ ଏହି ହକି ପ୍ରତିଯୋଗିତାରେ ରାଜ୍ୟର ୧୫ ଗୋଟି ବାଳକ ହକିଦଳ ଓ ୧୫ ଗୋଟି ବାଳିକା ହକି ଦଳ ଅଂଶ ଗ୍ରହଣ କରିଛନ୍ତି। ବଶିଷ୍ଠ ହକି ପ୍ରଶିକ୍ଷକ ଅମୂଲ୍ୟ କୁମାର ବେହେରାଙ୍କ ସଭାପତିତ୍ଵରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା ଯୋଗ ଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ, ନାଭାଲ ଟାଟା ଓଡ଼ିଶାର ପ୍ରକଳ୍ପ ନିର୍ଦେଶକ ରାଜୀବ ସେଠ୍ ଯୋଗ ଦେଇ ପ୍ରତିଯୋଗିତାର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ଵନ୍ଧରେ ମତ ପ୍ରକାଶ କରିଥିଲେ। ଏହି ହକି ପ୍ରତିଯୋଗିତାର କୃତିତ୍ଵ ହାସଲ କରିଥିବା ବାଳକ ଓ ବାଳିକା ବିଭାଗର ୪ଟି ଲେଖାଏଁ ଦଳ ରାଜ୍ୟସ୍ତରରେ ହକି ଖେଳିବାର ସୁଯୋଗ ପାଇବେ। ଉଦଘାଟନୀ ଉତ୍ସବର ଶେଷରେ ସ୍ଥାନୀୟ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରର ହକି ଖେଳାଳୀ ମାନଙ୍କ ଦ୍ଵାରା ବିଭିନ୍ନ ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking