28.1 C
Bhubaneswar
Monday, May 25, 2026
Homeଦେଶ ବିଦେଶ୨୦ ବର୍ଷୀୟା ଯୁବତୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

୨୦ ବର୍ଷୀୟା ଯୁବତୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୀଡ଼ିତା ବିଏ ଶେଷ ବର୍ଷ ପଢୁଛନ୍ତି। ଅଯୋଧ୍ୟାର କ୍ୟାଣ୍ଟନମେଣ୍ଟ ଥାନାରେ ଛାତ୍ରୀ ଜଣକ କରିଥିବା ଏତଲା ଅନୁଯାୟୀ, ଅଗଷ୍ଟ ୧୬ରୁ ୨୫ ମଧ୍ୟରେ ତାଙ୍କୁ ତିନୋଟି ଭିନ୍ନ ଭିନ୍ନ ସମୟରେ ଗଣଦୁଷ୍କର୍ମ କରାଯାଇଥିଲା। କ୍ୟାଣ୍ଟନମେଣ୍ଟର ଭାରପ୍ରାପ୍ତ ଇନ୍ସପେକ୍ଟର ଅମରେନ୍ଦ୍ର ପ୍ରତାପ ସିଂହ ପୂର୍ବରୁ କହିଥିଲେ ଯେ ସେପ୍ଟେମ୍ବର ୨ରେ ଏଫଆଇଆର ରୁଜୁ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଶୁକ୍ରବାର ଅପରାହ୍ନରେ ଅଯୋଧ୍ୟା ଆରକ୍ଷୀ ଅଧୀକ୍ଷକ ମଧୁବନ ସିଂହ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବଂଶ, ବିନୟ, ଶରିକ୍‌, ଶିବା ଓ ଉଦିତ। ଏତଲା ରୁଜୁ ହେବାର ଗୋଟିଏ ଦିନ ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ପରେ ଗିରଫ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ମହିଳା ଜଣକ ପୁଲିସରେ ଦେଇଥିବା ଅଭିଯୋଗରେ କହିଛନ୍ତି, ସେ ଅଯୋଧ୍ୟାର ରାମ ମନ୍ଦିରରେ ସଫେଇ କର୍ମଚାରୀ ଭାବେ କାମ କରନ୍ତି ଏବଂ ସ୍ଥାନୀୟ କଲେଜରେ ବିଏ ଶେଷ ବର୍ଷର ଛାତ୍ରୀ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking