28.1 C
Bhubaneswar
Sunday, September 8, 2024
Homeଓଡିଶା୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। ନୂଆ ବସଷ୍ଟାଣ୍ଡକୁ ବିରୋଧ କରି ଆଜି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କଣ୍ଟାବାଞ୍ଜି ନଗର କମିଟି ଓ ଅନ୍ୟ ଅନୁଷ୍ଠାନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। କଣ୍ଟାବାଞ୍ଜି ବନ୍ଦର ପ୍ରଭାବ ସକାଳୁ ଦେଖିବାକୁ ମିଳିଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ବଜାର ସମେତ ଗାଡ଼ି ଚଳାଚଳ ବନ୍ଦ ରହିଛି। ତେବେ ଏହି ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ସୂଚନା ଯୋଗ୍ୟ ସହରର ଅସ୍ଥାୟୀ ବସଷ୍ଟାଣ୍ଡରେ ରହିଛି ସମଲେଶ୍ୱରୀ ମାର୍କେଟ୍ କମ୍ପେ୍ଲକ୍ସ । ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ଶତାଧିକ ଦୋକାନୀ ଜୀବିକା ହରାଇବେ । ଫଳରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ବିରୋଧ କରି କମିଟି ଏହି ପ୍ରତିବାଦକୁ ଓହ୍ଲାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking