ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମରର ଭୟାନକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ପୁଣି ଲକଡାଉନ ଘୋଷଣା କରିଛନ୍ତି। ତେବେ ଏହି ଲକଡାଉନ ସମୟରେ ପୂର୍ବପରି ଟିକାକରଣ ଓ ଟେଷ୍ଟିଂ ଜାରି ରହିବ।
ସୂଚନା ଅନୁସାରେ ଟିକାକରଣ ପାଇଁ ଯେଉଁମାନେ ନାମ ପଞ୍ଜୀକରଣ କରିଥିବେ ସେମାନେ ନିଜ ସ୍ଲଟ ଅନୁଯାୟୀ ଟିକାକରଣ କେନ୍ଦ୍ରକୁ ଯିବେ। ସେହିପରି ଟେଷ୍ଟିଂ ପାଇଁ ସରକାରୀ ତଥା ଘରୋଇ ଅନୁଦାନ ପ୍ରାପ୍ତ କୋଭିଡ ଟେଷ୍ଟିଂ ସେଣ୍ଟରକୁ ଯିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସେମାନଙ୍କୁ କୋଭିଡ ଗାଇଡଲାଇନର ପାଳନ କରିବାକୁ ପଡ଼ିବ। ସେମାନେ ବ୍ୟକ୍ତିଗତ ଗାଡ଼ି, ଅଟୋ କିମ୍ବା ରିକ୍ସା ସାହାଯ୍ୟରେ କେନ୍ଦ୍ରକୁ ଯାଇପାରିବେ।
ଲକ୍ଡାଉନ୍ ବେଳେ ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି । ସମସ୍ତ ଶିକ୍ଷାନୁଷ୍ଠାନ, କେଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ବନ୍ଦ ରହିବ । ପ୍ରଦର୍ଶନୀ ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ । ଟ୍ୟାକ୍ସି, ଅଟୋ, ସାଇକେଲ୍ ରିକ୍ସା ଚଳାଚଳ ସପୂର୍ଣ୍ଣ ବନ୍ଦ ରହିବ। ସିନେମା ହଳ୍, ମଳ୍, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ । ଯାତ୍ର ଅପେରା, ଖୋଲାମଞ୍ଚ ସପୂର୍ଣ୍ଣ ମନ୍ଦ ରହିବ । ସେଲୁନ୍, ପାର୍ଲର, ସ୍ପା ଦସପୂର୍ଣ୍ଣ ବନ୍ଦ ରହିବ । କେବଳ ମେଡିକାଲ୍ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତକୁ ମନା କରାଯାଇଛି । ସମାଜିକ, ଧାର୍ମିକ, ରାଜନୈତିକ ସମାବେଶକୁ ବନ୍ଦ କରାଯାଇଛି । ସ୍ଥାନୀୟ କତ୍ତୃପକ୍ଷଙ୍କ ଠାରୁ ଅନୁମତିି ଆଣି ବିବାହ ଆୟୋଜନ କରିହେବ । ବିବାହରେ ସର୍ବାଧିକ ୫୦, ଶୁଦ୍ଧିକାର୍ଯ୍ୟରେ ୨୦ଜଣଙ୍କୁ ଅନୁମତି ମିଳିବ ।