26.1 C
Bhubaneswar
Friday, March 29, 2024
Homeଓଡିଶାମଦୁଆଙ୍କ ଆଡ୍ଡା ପାଲଟୁଛି ପ୍ରାଥମିକ କୃଷି ସମବାୟ ସମିତି

ମଦୁଆଙ୍କ ଆଡ୍ଡା ପାଲଟୁଛି ପ୍ରାଥମିକ କୃଷି ସମବାୟ ସମିତି

ଢେଙ୍କାନାଳ : କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟରେ ସ୍ଥାପନ କରାଯାଇଛି ପ୍ରାଥମିକ କୃଷି ସେବା ସମବାୟ ସମିତି । ଏହି ସମବାୟ ସମିତି ମାଧ୍ୟମରେ କୃଷକ ଭାଇମାନେ ସହଜ ଉପାୟରେ ଧାନ ବିହନ ସାଙ୍ଗକୁ ସାର ଓ ଔଷଧ ପାଇ ପାରିବେ । କିନ୍ତୁ ଦୁଃଖର ବିଷୟ ଏହି ସମବାୟ ସମିତି ଏବେ ମଦୁଆ ମାନଙ୍କ ଆଡ୍ଡା ପାଲଟୁଛି । ଯାହାକୁ ନେଇ ସମିତି ଉପରେ ନିର୍ଭର କରୁଥିବା ଚାଷି ଭାଇମାନେ ତିବ୍ର ନିନ୍ଦା ପ୍ରକାଶ କରିଛନ୍ତି । ଏପରି ଦେଖିବାକୁ ମିଳୁଛି ବେଲଟିକିରି ପ୍ରାଥମିକ କୃଷି ସମବାୟ ସମିତିରେ ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବେଲଟିକରି ପଂଚାୟତରେ ରାଜ୍ୟ ସଂଗ୍ରହଣ କେନ୍ଦ୍ର ଓ ସମବାୟ ବିଭାଗ ଓଡିଶା ତରଫରୁ ୧୯୫୭ ମସିହାରେ ସ୍ଥାପନ କରାଯାଇଛି ବେଲଟିକିରି ପ୍ରାଥମିକ କୃଷି ସମବାୟ ସମିତି । କିଛି ବର୍ଷ ହେଲା ସମବାୟ ସମିତିରେ ନିୟୋଜିତ କର୍ମଚାରୀ ମାନଙ୍କ ମଧ୍ୟରେ ଅନିୟମିତତା ଦେଖିବାକୁ ମଳୁଛି । ଯାହାକୁ ନେଇ ଉକ୍ତ ସମବାୟ ସମିତିରେ ଦିନ ରାତି ଲଗାଯାଇଥିବା ମାସ୍କ ଲାଇଟ ଲାଗିରହୁଛି । ସମବାୟ ସମିତି ଟି ପଚାଂୟତ ସମିତି ଠାରୁ ମାତ୍ର ଅଳ୍ପ ଦୁରରେ ଥାଇ ମଧ୍ୟ ମଦୁଆ ମାନେ ନିଜର ଆଡା ଭାବୁଛନ୍ତି । ଉକ୍ତ ସମବାୟ ସମିତିର ଏଣେ ବଦବୋତଲ ପଡିବା ସହିତ ପାଣି ବୋତଲ ଏଣେ ତେଣେ ପଡିଥିବା ଦେଖିବାକୁ ମିଳୁଛି । କେବେ ମଧ୍ୟ ଏହି ପରିସର ସଫା କରାଯାଉନଥିବା ଦେଖିବାକୁ ମିଳୁଛି ।

ଜିଲ୍ଲାରେ ସ୍ଥାପିତ ହୋଇଥବା ସମବାୟ ସମିତିର ଦେଖାଶୁଣା କରିବା ନିମନ୍ତେ ନିୟୋଜିତ ଥିବା କର୍ମଚାରୀଙ୍କୁ ଏ ସଂପର୍କରେ ପଚାରିବାକୁ ଗଲେ ମଧ୍ୟ ସେ କଥା ଶୁଣୁ ନଥିବା ଦେଖିବାକୁ ମିଳୁଛି । ତେଣୁ ଉକ୍ତ ସମବାୟ ସମିତିକୁ ମଦ୍ୟପଙ୍କ କବଳରୁ ଉଦ୍ଧାର କରିବା ସହିତ ଫାଟକ ଟିର ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଏପରି ଅବ୍ୟବସ୍ଥାକୁ ଆଖି ଆଗରେ ରଖି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ନିର୍ଭର କରୁଥିବା ୫ ଟି ପଚାଂୟତର ଚାଷୀମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking