27.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶକାନାଡା ଛାଡ଼ିବାକୁ ଭାରତୀୟ ହିନ୍ଦୁଙ୍କୁ ଆତଙ୍କବାଦୀ ପନ୍ନୁର ଧମକ

କାନାଡା ଛାଡ଼ିବାକୁ ଭାରତୀୟ ହିନ୍ଦୁଙ୍କୁ ଆତଙ୍କବାଦୀ ପନ୍ନୁର ଧମକ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚି ଯାଇଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏବେ ଏହାର ଫାଇଦା ଉଠାଇ ବିଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଖଲିସ୍ତାନୀ ଆତଙ୍କବାଦୀ । ଏହିକ୍ରମରେ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ କାନାଡାରେ ରହୁଥିବା ଭାରତୀୟ ହିନ୍ଦୁମାନଙ୍କୁ ତୁରନ୍ତ ସ୍ୱଦେଶ ଫେରି ଯିବାକୁ ଧମକ ଦେଇଛି । ସେ ସମସ୍ତଙ୍କୁ କାନାଡା ଛାଡ଼ିବାକୁ କହିଛି । ପନ୍ନୁ ହେଉଛି ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସ(ଏସଏଫଜେ)ର ନେତା । ଭାରତ-କାନାଡା କୂଟନୀତିକ ଲଢ଼େଇ ଭିତରେ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ପନ୍ନୁ କହୁଛି ଯେ ”ଇଣ୍ଡୋ-କାନାଡିଆନ ହିନ୍ଦୁମାନେ ଶୁଣି ରଖ, ତୁମେମାନେ କାନାଡା ଓ କାନାଡାର ସମ୍ବିଧାନକୁ ଅସ୍ୱୀକାର କରିଛି । ତୁମମାନଙ୍କର ଠିକଣା ହେଲା ଇଣ୍ଡିଆ । ତୁରନ୍ତ କାନାଡା ଛାଡ଼ ଓ ଭାରତ ଚାଲି ଯାଅ ।

ଖଲିସ୍ତାନୀ ଶିଖ ସପକ୍ଷବାଦୀମାନେ ସବୁବେଳେ କାନାଡାର ବିଶ୍ୱସ୍ତ ହୋଇ ରହିଛନ୍ତି । ସେମାନେ ସବୁବେଳେ କାନାଡା ସହ ଅଛନ୍ତି । କାନାଡାର ଆଇନ ଓ ସମ୍ବିଧାନକୁ ସେମାନେ ସମ୍ମାନ କରନ୍ତି । ପନ୍ନୁର ଏପରି ଧମକ ପୂର୍ବରୁ କାନାଡାରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀ ଓ ଲୋକଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ସତର୍କତା ଜାରି କରାଯାଇଥିଲା । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଏକ୍ସରେ ଏକ ପୋଷ୍ଟ କରି କାନାଡାରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦେଇଥିଲେ । ଏହାର କିଛି ଘଣ୍ଟା ପୂର୍ବରୁ କାନାଡା ମଧ୍ୟ ତା’ର ନାଗରିକଙ୍କ ପାଇଁ ଏକ ଟ୍ରାଭେଲ୍ ଆଡଭାଇଜରି ଜାରି କରିଥିଲା । ଭାରତକୁ ବୁଲିବାକୁ ଆସୁଥିବା କାନାଡା ନାଗରିକଙ୍କୁ ସତର୍କ ରହିବାକୁ ଜଷ୍ଟିନ ଟ୍ରୁଡୋଙ୍କ ସରକାର ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking