32.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶମୋ ହତ୍ୟା ପାଇଁ ଆତଙ୍କବାଦୀଙ୍କୁ ସୁପାରି ଦିଆଯାଇଛି: ଇମ୍ରାନ ଖାନ

ମୋ ହତ୍ୟା ପାଇଁ ଆତଙ୍କବାଦୀଙ୍କୁ ସୁପାରି ଦିଆଯାଇଛି: ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଜାରି ରହିଥିବା ବେଳେ ଏବେ ରାଜନୈତିକ ସଙ୍କଟ ନୂଆ ମୋଡ ନେଇଛି । ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଜର୍ଦ୍ଦାରୀ ତାଙ୍କ ହତ୍ୟା ପାଇଁ ଆତଙ୍କବାଦୀଙ୍କୁ ସୁପାରୀ ଦେଇଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍ ଖାନ୍ ।

ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏ ଖବର ଅନୁସାରେ ଇମ୍ରାନ କହିଛନ୍ତି ଯେ, ତାଙ୍କ ହତ୍ୟା ପାଇଁ ପ୍ଲାନ୍ ସି ଚାଲିଛି । ଗତବର୍ଷ ସେ ତାଙ୍କ ହତ୍ୟା ପାଇଁ ୪ ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରୁଥିବା କଥା କହିଥିଲେ । ଯେଉଁମାନଙ୍କ ନାମ ସହିତ ଏକ ରେକର୍ଡିଂ ତାଙ୍କ ପାଖରେ ଅଛି ଓ ତାକୁ ସେ ଖୁବଶୀଘ୍ର ରିଲିଜ୍ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଷଡଯନ୍ତ୍ରର ପର୍ଦ୍ଦାଫାସ କରିବା ପରେ ତାଙ୍କ ହତ୍ୟା ଷଡ଼ଯନ୍ତ୍ରର ପ୍ଲାନ୍ ଏ’ ର କାର୍ଯ୍ୟକାରୀ ହୋଇନଥିଲା । ଅନ୍ୟପକ୍ଷରେ ଦ୍ବିତୀୟ ପ୍ରୟାସ ବଜିରାବାଦରେ ହୋଇଥିଲା ।

ଶୁକ୍ରବାର ଦିନ ନିଜ ଘରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ ଦାବି କରିଛନ୍ତି ଯେ, ତାଙ୍କ ହତ୍ୟା ପାଇଁ ଜର୍ଦ୍ଦାରୀ ଏଜେନ୍ସି ସମର୍ଥିତ ଏକ ଆତଙ୍କବାଦୀ ସଂଗଠନକୁ ଟଙ୍କା ଦେଇଛନ୍ତି । ତାଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ୪ ଜଣ ବ୍ୟକ୍ତିଙ୍କୁ ଜର୍ଦ୍ଦାରୀଙ୍କ ସମର୍ଥନ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking