29.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଜମ୍ମୁ ଓ କଶ୍ମୀରର ଡୋଡ଼ାରୁ ଆତଙ୍କବାଦୀ ଗିରଫ

ଜମ୍ମୁ ଓ କଶ୍ମୀରର ଡୋଡ଼ାରୁ ଆତଙ୍କବାଦୀ ଗିରଫ

ଶ୍ରୀନଗର : ରବିବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଡୋଡ଼ା ଉପକଣ୍ଠରୁ ନିରାପତ୍ତା ବଳ ଜଣେ ଆତଙ୍କବାଦୀଙ୍କୁ ଗିରଫ କରି ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଉଦ୍ଧାର କରିଛନ୍ତି। ଗିରଫ ଆତଙ୍କବାଦୀ ହେଉଛନ୍ତି କୋଟୀ ଡୋଡ଼ାବାସୀ ଗୁଲାମ୍‌ ହସନଙ୍କ ପୁଅ ଫରୀଦ୍‌ ଅହମଦ୍‌। ନିରାପତ୍ତା ବଳ ତାଙ୍କଠାରୁ ଗୋଟାଏ ଚୀନା ନିର୍ମିତ ପିସ୍ତଲ୍‌, ଦୁଇଟି ମାଗାଜିନ୍‌, ୧୪ଟି ଅଫୁଟା ଗୁଳି କ୍ୟାଟ୍ରିଜ୍‌ ଏବଂ ଗୋଟାଏ ମୋବାଇଲ୍‌ ଫୋନ୍‌ ଉଦ୍ଧାର କରିଛନ୍ତି। ଅମରନାଥ ଯାତ୍ରା ପୂର୍ବରୁ ନିରାପତ୍ତା ବ୍ୟବସ୍ଥା କଠୋର କରାଯିବା ପରେ ଡୋଡ଼ା ନଗରୀ ଉପକଣ୍ଠରେ ପୁଲିସ ଟିମ୍‌ ବସାଇଥିବା ‘ଚେକ୍‌ ପଏଣ୍ଟ୍‌’ରେ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବା ଫରୀଦ୍‌ଙ୍କୁ ଅଟକା ଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking