28.1 C
Bhubaneswar
Saturday, May 10, 2025
Homeଓଡିଶାଭୟଙ୍କର ହେଉଛି ବାତ୍ୟା ‘ବିପର୍ଯ୍ୟୟ’ !

ଭୟଙ୍କର ହେଉଛି ବାତ୍ୟା ‘ବିପର୍ଯ୍ୟୟ’ !

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ କ୍ରମେ ଘନୀଭୂତ ହେବାରେ ଲାଗିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ଏହି ବାତ୍ୟା। ଏହା ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି। କ୍ରମେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୋଆଠୁ ୭୨୦ କି.ମି., ମୁମ୍ବାଇ ଠାରୁ ୭୨୦ କି.ମି., ପୋରବନ୍ଦରଠୁ ୭୪୦ କି.ମି., କରାଚିଠୁ ୧୦୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି। ଏଥିସହ ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ଗୁଜରାଟକୁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking