30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଭୟଙ୍କର ବିସ୍ଫୋରଣ : ୬ ପୁଲିସ କର୍ମଚାରୀ ମୃତ, ୨୨ ଆହତ

ଭୟଙ୍କର ବିସ୍ଫୋରଣ : ୬ ପୁଲିସ କର୍ମଚାରୀ ମୃତ, ୨୨ ଆହତ

ପାକିସ୍ତାନ : ପୋଲିଓ ଟିମ୍‌ର ସୁରକ୍ଷାରେ ଥିବା ପୁଲିସ ଗାଡ଼ି ଉପରେ ଆତଙ୍କବାଦୀ ମାନଙ୍କ ଆକ୍ରମଣ। ଏଥିରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ଆଜି ଉତ୍ତରପଶ୍ଚିମ ପାକିସ୍ତାନରେ ଏକ ପୁଲିସ ଗାଡିକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ଘଟଣାସ୍ଥଳରେ ୬ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି।ସୂଚନା ମୁତାବକ, ପାକିସ୍ତାନ ପୁଲିସର ଏକ ଟିମ୍‌ ପୋଲିଓ ଟିକା ନେଇ ଉକ୍ତ ଗାଡିରେ ଯାଉଥିଲା। ଏହି ସମୟରେ ସେମାନେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି। ଆଗକୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ କହିଛି। ସେପଟେ ଆହତ ପୁଲିସଙ୍କୁ ଯେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାର ଏମରଜେନ୍ସି ଲାଗୁ କରାଯାଇଛି। କିଛି ଆହତଙ୍କ ଅବସ୍ଥା ସଙ୍କଟା ପନ୍ନ ରହଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking