40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ତିକ୍ତତା; ବଦଳିଲା ବାଇଡେନ୍‌ଙ୍କ ସ୍ୱର

ଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ତିକ୍ତତା; ବଦଳିଲା ବାଇଡେନ୍‌ଙ୍କ ସ୍ୱର

ୱାଶିଂଟନ୍‌: ଆଶା ଆଶଙ୍କା ସତ ହୋଇଥିଲା । ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ଏବଂ ସଂଘର୍ଷ ଆକ୍ରମଣରେ ପରିଣତ ହୋଇଛି । ପ୍ରଥମ ଥର କରି ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଇରାନର ପ୍ରାୟ ୧ ହଜାର ମାଇଲ ଦୂରରୁ ଇସ୍ରାଏଲକୁ ଟାର୍ଗେଟ କରି ମିଶାଇଲ ମାଡ କରିଥିଲା ଇରାନ । ଘନଘନ ମିଶାଇଲ ମାଡକୁ ଅନେକ ଦେଶ ନିନ୍ଦା କରିଛନ୍ତି । ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ମୁହଁ ଖୋଲିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ସେ ସ୍ପଷ୍ଟ କରି କହିଛନ୍ତି, ଇରାନ ବିରୋଧରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ । ଅର୍ଥାତ ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଆମେରିକା ଇସ୍ରାଏଲକୁ ସମର୍ଥନ କରିବନାହିଁ । ଶନିବାର ଦିନ ଇରାନ ଇସ୍ରାଏଲ ଉପରେ ଘନଘନ ମିଶାଇଲ ମାଡ କରିଥିଲା ।

ଏହାପରେ ଇସ୍ରାଏଲ ପ୍ରଧାମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ତେବେ ଏଥିରେ ବାଇଡେନ ପରାମର୍ଶ ଦେଇଥିଲେ ଯେ, ଇସ୍ରାଏଲର ଅଧିକ ପ୍ରତିକ୍ରିୟା ଅନାବଶ୍ୟକ । ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ଫୋନ କଲ୍ରେ ବାଇଡେନ କହିଛନ୍ତି, ଶନିବାରକୁ ଏକ ବିଜୟ ବୋଲି ବିବେଚନା କରିବା ଉଚିତ । କାରଣ ଇରାନର ଏୟାର ଷ୍ଟ୍ରାଇକ ଅନେକାଂଶରେ ବିଫଳ ହୋଇଛି । କାରଣ ଇସ୍ରାଏଲର ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଆମେରିକା ଆକଳନ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଇସ୍ରାଏଲର ନିକଟତମ ସହଯୋଗୀଙ୍କୁ କଡ଼ା ଚେତାବନୀ ଦେଇ ଏହି ବିବାଦରୁ ଦୂରେ ରହିବା ପାଇଁ ଚେତାବନୀ ଦେଇଛି । ଯଦି ଆଉ ଗୋଟିଏ ଭୁଲ କରେ ତାହାଲେ ଇସ୍ରାଇଲର ପରିଣାମ ଭୟଙ୍କର ହେବ ବୋଲି ଇରାନ କହିଛି ।

ଇସ୍ରାଏଲ ଉପରେ ଆକ୍ରମଣ ପରେ ଆମରେକା ଇସ୍ରାଇଲ ସପକ୍ଷରେ ଛିଡା ହୋଇଥିଲା । କିନ୍ତୁ ଜି୭ ବୈଠକ ପରେ ଆମେରିକା ନିଜ ସ୍ୱର ପରିବର୍ତ୍ତନ କରିଛି । ଇରାନ ଉପରେ ଇସ୍ରାଏଲ ପ୍ରତି ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏନେଇ ପୁନଃ ଚିନ୍ତା କରିବାକୁ ବାଇଡେନ ପରାମର୍ଶ ଦେଇଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇରାନ ବିରୋଧରେ ବାଇଡେନ କୌଣସି ପ୍ରକାର ପ୍ରତିରୋଧ ପରାୟଣରେ ସାମିଲ ହେବେ ନାହିଁ କିମ୍ବା ସମର୍ଥନ କରିବେ ନାହିଁ ।

ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି, କୌଣସି ପ୍ରକାର ଆକ୍ରମଣ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଉଚିତ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟ୍ୱିଟ କରି କହିଛନ୍ତି, ଆଜି ମୁଁ ମୋର ସାଥୀ ଏ୭ ନେତାମାନଙ୍କୁ ଡାକି ଇସ୍ରାଏଲ ବିରୁଦ୍ଧରେ ଇରାନର ଅପ୍ରତ୍ୟାଶିତ ଆକ୍ରମଣ ବିଷୟରେ ଆଲୋଚନା କରିଛି । ଏହାକୁ ରୋକିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ । ଏପ୍ରିଲ ପହିଲାରେ ସିରିୟା ରାଜଧାନୀ ଡୋମାସକ୍ସରେ ଥିବା ଇରାନୀୟ ଦୂତାବାସ ଉପରେ ଇସ୍ରାଏଲ ଫୋର୍ସ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ପ୍ରତିଶୋଧ ପରାୟଣ ହୋଇ ଇସ୍ରାଇଲକୁ ଦଣ୍ଡ ମିଳିବା ଉଚିତ ବୋଲି ଇରାନ କହିଥିଲା । ଶନିବାର ଦିନ ରାତିରେ ଇରାନ ଉତ୍ତର-ଇସ୍ରାଏଲ ଅଞ୍ଚଳରେ ଶତାଧିକ ରକେଟ ଓ ଡ୍ରୋନ ମାଡ କରିଛି । ଯାହାର ଭିଡିଓ ମଧ୍ୟ ଇସ୍ରାଏଲ ସେନା ସେୟାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking