27.1 C
Bhubaneswar
Friday, November 22, 2024
Homeଅପରାଧବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତା’ପରେ....

ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତା’ପରେ….

ଭୁବନେଶ୍ୱର: ପେଶାରେ ହାବିଲଦାର କିନ୍ତୁ ନିଶା ପ୍ରେମରେ ଫସାଇବା । ଖାଲି ପ୍ରେମ ନୁହେଁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତାପରେ ବାରମ୍ବାର ଗର୍ଭପାତରେ ବି ଓସ୍ତାଦ୍ । ନାଁ ପୁଣି ପ୍ରେମସାଗର, ଲାଗୁଛି ନିଜ ନାଁର ଭଲ କି ୟୁଟିଲାଇଜ କରିଛନ୍ତି ଏ ହାବିଲଦାର ଜଣଙ୍କ । ପ୍ରେମ ସାଗରରେ ଏମିତି ଭସାଉଥିଲେ ଯେ, ଝିଅ ବି ଫସିଯାଉଥିଲେ । ଆଜିର ଖବରରେ ଏହି ଖବର ଅଛି ଭାରି ଚର୍ଚ୍ଚାରେ । କାହିଁକିନା ଏ ଲୋକ ଜଣଙ୍କ କାମ ସେମିତି କରିଛନ୍ତି । ଯାହା ବିଷୟରେ ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି । ଆଉ ରାଗ ଲାଗୁଛି । ଏ ଚିତ୍ରରେ ଆପଣ ଦେଖୁଥିବା ଏ ଲୋକ ଜଣଙ୍କ ଜଣେ ଅଧ୍ୟାପିକାଙ୍କୁ କରିଛନ୍ତି ଲଭ୍ ସେକ୍ସ ଧୋକା । ଏହି ଝଙଏ ହାବିଲଦାରଙ୍କ କଳଙ୍କିତ କାରନାମା ଆଜି ରହିଛି ଚର୍ଚ୍ଚାରେ ।

ଏ ବ୍ୟକ୍ତିଙ୍କ ନାଁରେ ଜଣେ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି । ଏହାପରେ ଚନ୍ଦକା ଝଙଏ କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ । ସୂଚନା ମୁତାବକ ଦୀର୍ଘ ୮ ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମ ସାଗର । ରେଣ୍ଟାଲ କଲୋନୀରେ ଦୁହେଁ ୮ ବର୍ଷ ହେବ ଏକାଠି ରହି ଆସୁଥିଲେ । କିନ୍ତୁ ଯେତେବେଳେ ଅଧ୍ୟାପିକା ଜଣଙ୍କ ବାହାଘର କଥା କହିଲେ , ସେଇଠୁ ଆରମ୍ଭ ହେଲା ଅସଲ ଖେଳ । ଅଧ୍ୟାପିକା ଜଣଙ୍କ ବିବାହ ପାଇ କହିବାରୁ ପ୍ରେମ ସାଗର ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ । ପରେ ମହିଳା ଥାନାରେ ଅଭିଯୋଗ ପରେ ପ୍ରେମ ସାଗରକୁ ବାନ୍ଧିଛି ମହିଳା ଥାନା ପୋଲିସ । ଖାଲି ଅଧ୍ୟାପିକା ନୁହଁନ୍ତି ପ୍ରେମସାଗର ଅନେକ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଥାନାରେ ହୋଇଛି ଅଭିଯୋଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking