26.1 C
Bhubaneswar
Wednesday, June 11, 2025
Homeଓଡିଶା୧୧ ଗେଟ୍‌ ଖୋଲିଲା ମନ୍ଦିରା ଡ୍ୟାମ୍‌, ବଢୁଛି ଶଙ୍ଖ, କୋଏଲ ଓ ବ୍ରାହ୍ମଣ ନଦୀ

୧୧ ଗେଟ୍‌ ଖୋଲିଲା ମନ୍ଦିରା ଡ୍ୟାମ୍‌, ବଢୁଛି ଶଙ୍ଖ, କୋଏଲ ଓ ବ୍ରାହ୍ମଣ ନଦୀ

ରାଉରକେଲା : ଲଘୁଚାପ ଜନିତ ଲଗାଣ ବର୍ଷା ପରେ ମନ୍ଦିରା ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଡ୍ୟାମ୍‌ର ସମସ୍ତ ୧୧ଟି ଗେଟ୍‌କୁ ଖୋଲି ଦିଆଯାଇଛି । ସେପଟେ ଉପରମୁଣ୍ଡ ଅର୍ଥାତ୍‌ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ କୋଏଲ ନଦୀର ଜଳସ୍ତର ବଢ଼ିଥିବା ବେଳେ ରାଉରକେଲାରୁ ମନୋହରପୁରକୁ ସଂଯୋଗ କରୁଥିବା ଧାନାପାଲି ସେତୁ ବିପଦସଙ୍କୁଳ ଅବସ୍ଥାରେ ରହିଛି । ତେଣୁ ପ୍ରଶାସନ ଏହି ସେତୁ ଉପରେ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିବାରୁ ରାଉରକେଲାମନୋହରପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାନପୋଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦସଙ୍କୁଳ ନିକଟତର ହୋଇଥିବା ବେଳେ ବାଲୁଘାଟ ବସ୍ତିରେ ପାଣି ପଶିବା ଯୋଗୁ ୨୦ ପରିବାରକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି ।

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଂସବାହାଲ ଠାରେ ଥିବା ମନ୍ଦିରା ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୬୯୦ ଫୁଟ ଥିବା ବେଳେ ସଂଧ୍ୟା ୬ଟା ସୁଦ୍ଧା ଏହା ୬୮୬ ଫୁଟ୍‌ରେ ରହିଛି । ସୂଚନା ଅନୁସାରେ ପାନପୋଷ ଠାରେ ବ୍ରାହ୍ମଣୀ ନଦୀର ବିପଦ ସଙ୍କେତ ୧୭୮.୪୨ ମିଟର ଥିବା ବେଳେ ସଂଧ୍ୟା ୬ଟା ସୁଦ୍ଧା ୧୭୮.୧୦ ମିଟର ଜଳ ପ୍ରବାହିତ ହେଉଛି । ସେପଟେ କୋଏଲର ଜଳସ୍ତର ବଢ଼ୁଥିବାରୁ ସେକ୍ଟର-୧୬ ତୁମକେଲା ବସ୍ତି, ମଛୁଆରା ବସ୍ତି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀକୁ ନଯିବା ଲାଗି ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବଦେନ କରାଯାଇଛି । ରାଉରକେଲାରୁ ଝାଡଖଣ୍ଡକୁ ସଂଯୋଗ କରୁଥିବା ଧାନାପାଲି ବ୍ରିଜ୍‌ର ମଧ୍ୟ ଭାଗଟି ଦବି ଯାଇଥିବାରୁ ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରିଜ୍‌ ଉପରେ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking