17.1 C
Bhubaneswar
Sunday, December 29, 2024
Homeଓଡିଶାନିଆଁର ଆଁ ଭିତରେ ତେଲକୋଇ ରେଞ୍ଜର ସଂରକ୍ଷିତ ଜଙ୍ଗଲ

ନିଆଁର ଆଁ ଭିତରେ ତେଲକୋଇ ରେଞ୍ଜର ସଂରକ୍ଷିତ ଜଙ୍ଗଲ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅନ୍ତର୍ଗତ କରମଙ୍ଗି ଗାଁ କଳାପାଟ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ନିଆଁ ଲାଗି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ସହ ବିରଳ ଜାତୀୟ ସରିସୃପ ସଵୁ ଜଳି ଯାଉଛନ୍ତି । ବନ୍ୟ ଯନ୍ତୁମାନେ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ମୁହାଁ ହେଉଛନ୍ତି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଲକୋଇ ଫରେଷ୍ଟ ବିଟରେ ମଧ୍ୟ ସମାନ ଅବସ୍ଥା ଲାଗିରହିଛି । କମଳାଙ୍ଗ ଗାଁ ପାଖ ପାହାଡ଼ର ଏକର ଏକର ଜଙ୍ଗଲ ମଧ୍ୟ ଦୁଇ ଦିନ ହେବ ନିଆଁର ଆଁ ଭିତରେ ରହିଛି । ହୁତହୁତ ହୋଇ ସଂରକ୍ଷିତ ଜଙ୍ଗଲରେ ଜଳୁଛି ନିଆଁ । ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ହାତୀମାନଙ୍କ ସହିତ ହରିଣ,ବାରାହା, କୁଟୁରା,ସମ୍ବର ଆଦି ଜୀବଯନ୍ତୁ ବହୁସଂଖ୍ୟାରେ ରହୁଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସେମାନଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି । ସେପଟେ ସରକାର ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଫରେଷ୍ଟ ବିଟ ଅଞ୍ଚଳ ଗୁଡିକରେ ଫାୟାର ସ୍କ୍ବାର୍ଡ ନିଯୁକ୍ତି କରିଥିଲେ ମଧ୍ୟ ନିଆଁକୁ ଆୟତ କରିବାରେ ବନବିଭାଗ ବିଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking