30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶଆକାଶପଥରେ କମାଲ କଲା ତେଜସ : ୨୦ ହଜାର ଫୁଟ୍ ଉପରୁ ଛାଡିଲା ‘ଅସ୍ତ୍ର’ ମିସାଇଲ,...

ଆକାଶପଥରେ କମାଲ କଲା ତେଜସ : ୨୦ ହଜାର ଫୁଟ୍ ଉପରୁ ଛାଡିଲା ‘ଅସ୍ତ୍ର’ ମିସାଇଲ, ପରୀକ୍ଷଣ ହେଲା ସଫଳ

ବ୍ୟୁରୋ : ଭାରତୀୟ ବାୟୁସେନାର ବଢିଲା ଶକ୍ତି । ପୂରା ଦେଶ ଚନ୍ଦ୍ରଯାନ-୩ର ସଫଳତାରେ ଉତ୍ସବମୁଖର ହୋଇଥିବା ବେଳେ ଭାରତ ସାମରିକ କ୍ଷେତ୍ରରେ ନିଜର ପରାକ୍ରମ ଦେଖାଇଛି । ସ୍ୱଦେଶୀ ନିର୍ମିତ ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି । ୨୦ ହଜାର ଫୁଟ୍ ଉପରୁ ତେଜସ ବିମାନରୁ ଏହି ସଫଳ ପରୀକ୍ଷଣ ହୋଇଛି । ଯାହା କେବଳ ଟାର୍ଗେଟକୁ ଭେଦ କରିନି ବରଂ ଯେଉଁ ଉଦ୍ଦେଶ୍ୟରେ ପରୀକ୍ଷଣ ହୋଇଥିଲା ତାହାକୁ ପୂରା କରିଛି ।ଅସ୍ତ୍ର ଏମିତି ଏକ ଅତ୍ୟାଧୁନିକ ମିସାଇଲ ଯାହା ଆକାଶପଥରୁ ଆକାଶପଥରେ ଥିବା ଟାର୍ଗେଟକୁ ନଷ୍ଟ କରିବାରେ ସକ୍ଷମ । କେବଳ ଏତିକି ସୁପରସୋନିକ ମିସାଇଲକୁ ମଧ୍ୟ ଏହା ନଷ୍ଟ କରିବାରେ ମାହିର । ଏହାକୁ ଡିଆରଡିଏଲ, ଆରସିଆଇ ଏବଂ ଅନ୍ୟ ଅନ୍ୟ ପ୍ରତିରକ୍ଷା ପ୍ରତିଷ୍ଠାନ ଦ୍ୱାରା ଡିଜାଇନ ଓ ବିକଶିତ କରାଯାଇଛି ।ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ ପରେ ଏହା ଜଡିତ ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହାଦ୍ୱାରା ତେଜସର କ୍ଷମତା କେବଳ ବଢିବନି ବରଂ ଅନ୍ୟ ଦେଶରୁ ଆସୁଥିବା ଅସ୍ତ୍ର ଆମଦାନୀ ମଧ୍ୟ ହ୍ରାସ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking