ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ କ୍ରାଇମ ବ୍ରାଞ୍ଚ ଏସଟିଏଫ ପକ୍ଷରୁ ବିଳମ୍ବିତ ରାତ୍ରିରେ ଚଢ଼ାଉ ଘଟଣାରେ ବାରକୋଟ ତହସିଲ ପକ୍ଷରୁ ୩ ଲକ୍ଷ ୨୬ ହଜାର ୬ ଶହ ଟଙ୍କା ଜରିମାନା କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l ସିଂଶାଲରୁ ୭ ଓ ସିଙ୍ଗୁରି ବାଲି ଘାଟରୁ ୩ ମୋଟ ୧୦ ହାଇୱା ଜବତ କରିବା ସହ ୧୦ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଏସଟିଏଫ l ଅନ୍ୟ ପକ୍ଷରେ ବାଲି ଟ୍ରକ ଧକ୍କାରେ କ୍ରାଇମ ବ୍ରାଞ୍ଚ ଏସଟିଏଫର ଗାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି l
ବାରକୋଟ ଥାନାରେ ତହସିଲଦାର ତାପସ ଭୋଇଙ୍କ ଥାନାରେ ପହଞ୍ଚି ଯାଞ୍ଚ କରି ଜରିମାନା କରିଥିବା ବେଳେ l ଏସଟିଏଫ ରେ ରାତି ଅଧିଆ ଚଢ଼ାଉ ଫଳରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଯାଇଛି l ତେବେ ତହସିଲ କାର୍ଯ୍ୟାଳୟ ନାକ ତଳେ ବେଆଇନ ଭାବେ ସରକାରୀ ରାଜସ୍ବ ହରିଲୁଟ ହେଉଥିବା ବେଳେ ତହସିଲ କର୍ତ୍ତୃପକ୍ଷ ଜାଣି ନ ପାରିବା ଏବଂ ବେଆଇନ ବାଲି ଗଚ୍ଛିତ ଓ ରାଜସ୍ବ ଲୁଟ ସୂଚନା ପାଇ ଭୁବନେଶ୍ୱରରୁ ଏସଟିଏଫ ଆସି ଚଢ଼ାଉ କରିବା ବାରକୋଟ ତହସିଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ନେଇ ଜନ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l