31.1 C
Bhubaneswar
Wednesday, May 27, 2026
Homeଓଡିଶାବାଲି ମାଫିଆଙ୍କ ଆକ୍ରମଣରେ ତହସିଲଦାର ଏବଂ ଡ୍ରାଇଭର ଗୁରୁତର

ବାଲି ମାଫିଆଙ୍କ ଆକ୍ରମଣରେ ତହସିଲଦାର ଏବଂ ଡ୍ରାଇଭର ଗୁରୁତର

ମୟୁରଭଞ୍ଜ: ବାଲି ଚୋରଙ୍କୁ ଆକ୍ରମଣରେ ତହସିଲଦାର ଏବଂ ସହକର୍ମୀ ଲାହୁଲୁହାଣ ହେବା ଘଟଣାକୁନେଇ ଯୋର ଧରୁଛି ଚର୍ଚ୍ଚା। ବାଲି ଚୋରଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଆଗକୁ କିପ୍ରକାର ହେବ କାର୍ଯ୍ୟାନୁଷ୍ଠାନ ତାଉପରେ ସମସ୍ତଙ୍କ ନଜର। ମାତ୍ର ଦୁର୍ବଳ ସରକାରୀ ବ୍ୟବସ୍ଥା,ବନ୍ଦ ହେଉନି ବାଲି ଚୋରି, ବାଲି ଚୋରଙ୍କ ବଢୁଛି ଫୌରାତ୍ମ୍ୟ। ମୁରୁମ, ମାଟି ଆଉ ବାଲି ଚୋରଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି ସରକାରୀ ଅଧିକାରୀ,କର୍ମଚାରୀ ତୋ ପୁଣି କେତେବେଳେ ଗଣମାଧ୍ୟମ ପ୍ରତିନିଧି କି ବାଦ ପଡୁନାହାନ୍ତି ପୋଲିସ ।ବେଆଇନ ଭାବେ ମୁରୁମ, ମାଟି ଏବଂ ବାଲି ଉତ୍ତୋଳନ କରି ଚଢ଼ା ଦରରେ ବାହାରକୁ ଚାଲାଣ କରି ମୋଟା ଅଙ୍କର ରାଜସ୍ବ ଲୁଟ କରି ଲକ୍ଷ ଲକ୍ଷ ଟଙ୍କାର ମାଲିକ ସାଜି ମାନୁନାହାନ୍ତି ଇନ୍ଦ୍ରଚନ୍ଦ୍ର କି ଆଇନକାନୁନ। ହେଲେ ବାଲି ଚୋରି ଘଟଣାକୁନେଇ ଖବର ପରିବେଷଣ କଲେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଚାନ୍ଦା ପାଉନି ବୋଲି ଏଭଳି ଖବର ଛାପୁଥିବା ଆକ୍ଷେପ କରି ସମାଲୋଚନା କରି ନିଜର ଦୁର୍ବଳତା ଘୋଡାଇବାକୁ ଉଦ୍ୟମ କରିଥାନ୍ତି ମୁଷ୍ଟିମେୟ ଦାୟିତ୍ବହୀନ ସରକାରୀ ଅଧିକାରୀ। ତେବେ ବାଲି ଚୋରି ରୋକିବା ପାଇଁ ଉଦ୍ୟମ କରି ମୟୂରଭଞ୍ଜ ଜିଲ୍ଲାର ଅନେକ ସ୍ଥାନରେ ଆକ୍ରମଣର ସମ୍ମୁଖୀନ ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ବେତନଟୀ ଥାନା ଅଞ୍ଚଳରେ ବାଲି ଚୋରଙ୍କ ଆକ୍ରମଣରେ ତହସିଲଦାର ଏବଂ ସହକର୍ମୀ ଲାହୁଲୁହାଣ ହୋଇଥିବା ଦେଖିବାକୁ ମିଳିଛି। ବେତନଟୀ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ,ବେତନଟୀ ଢ଼ାବା ନିକଟରେ ଥିବା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପଠାରୁ ୫୦ମିଟର ଦୂରରେ ତେଲ ପକାଇ ଠିଆ ହୋଇଥିବା ବେଳେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରାଙ୍କୁ ୧୦ ରୁ ୧୫ ଜଣ ବାଲି ଚୋର ସଂଘବଦ୍ଧ ଆକ୍ରମଣ କରିଛନ୍ତି।

ଏହି ଆକ୍ରମଣ ତିନି ଜଣକ ଉପରେ ହୋଇଥିବା ବେଳେ ତହସିଲଦାରଙ୍କ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି।ଏନେଇ ତହସିଲଦାର ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବେତନଟୀ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିବା ବେଳେ ଦୁଇଜଣଙ୍କୁ ବେତନଟୀ ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି। ତେବେ ଅନ୍ୟମାନେ ଫେରାର ହୋଇ ଯାଇଥିବା ଆଲୋଚନା ହେଉଛି । ଏହି ଆକ୍ରମଣ ଘଟଣାକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେଇଥିବା ବେଳେ ଉପଜିଲ୍ଲାପାଳ ଡ଼ଃ.ଦୟାସିନ୍ଧୁ ପରିଡା ବେତନଟୀ ଉପଖଣ୍ଡ ଅଧିକାରୀଣୀ ମିନତୀ ବିଶ୍ୱାଳଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।ତେବେ ୧୦/୧୫ ଜଣ ବାଲି ଚୋର ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ସୁଦ୍ଧା ୨ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ପ୍ରଶାସନ ସେମାନଙ୍କୁ ଖୋଜି ବାହାର କରିପାରୁନି ନା ସେମାନେ ପାତାଳକୁ ଚାଲିଗଲେ କି ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଏବେ ଏହା ଜିଲ୍ଲା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇ ମୁଣ୍ଡ ଟେକୁୁଥିବା ଆଲୋଚନା ହେଉଛି। ତେବେ ଆକ୍ରମଣରେ ସଂପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ଜିଲ୍ଲା ପୋଲିସ କେତେ ସଫଳ ହେଉଛି କି ନା ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking