30.1 C
Bhubaneswar
Sunday, June 30, 2024
Homeଖେଳଇଂଲଣ୍ଡକୁ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ

ଇଂଲଣ୍ଡକୁ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ

ମୁମ୍ବାଇ : ରାଞ୍ଚି ଟେଷ୍ଟରେ ଭାରତ ରୋମାଞ୍ଚକର ବିଜୟ ଲାଭ କରିଛି । ୪ର୍ଥ ଟେଷ୍ଟ ଜିତି ଇଂଲଣ୍ଡ ବିପକ୍ଷ ସିରିଜ୍ କବ୍‌ଜା କଲା ଭାରତ । ସିରିଜ୍‌ର ଗୋଟିଏ ମ୍ୟାଚ୍ ବାକି ଥାଇ ଭାରତ ୩-୧ ରେ ଆଗୁଆ ଥିଲା ।୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଆଜି ଖେଳ ଆରମ୍ଭରୁ ସହଳ ୱିକେଟ ହରାଇ ସଙ୍କଟରେ ପଡିଥିଲା । ରୋହିତ ଅର୍ଦ୍ଧଶତକ କରି ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ତେବେ ଧ୍ରୁବ ଓ ଶୁଭମନ ଗିଲ ଭାରତର ଇନିଂସକୁ ସମ୍ଭାଳିଥିଲେ । ଉଭୟ ବେଶ ସର୍ତକତାର ସହ ବ୍ୟାଟିଂ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ ଓ ଧ୍ରୁବ ଯଥାକ୍ରମେ ୫୨ ଓ ୩୯ ରନ୍ କରିଥିଲେ ।୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ ସିରିଜ ହାତେଇଛି ରୋହିତ ବାହିନୀ । ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୩୦୭ ରନ୍ କରି ୪୬ ରନରେ ପଛୁଆ ରହିଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଯାଦୁଗରୀ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲେ ଇଂଲଣ୍ଡର ବ୍ୟାଟର । ମାତ୍ର ୧୪୫ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଯାହା ଫଳରେ ଭାରତକୁ ବିଜୟ ପାଇଁ ୧୯୨ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ଯାହାକୁ ବେଶ ସହଜରେ ହାସଲ କରିଛି ଟିମ୍ ଇଣ୍ଡିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking