27.1 C
Bhubaneswar
Saturday, May 24, 2025
Homeଦେଶ ବିଦେଶତାଣ୍ଡବ ରଚିଲା ମିଗଜୋମ: ପାଣରେ ବୁଡିଲା ଚେନ୍ନାଇ ବିମାନବନ୍ଦର ରନୱେ

ତାଣ୍ଡବ ରଚିଲା ମିଗଜୋମ: ପାଣରେ ବୁଡିଲା ଚେନ୍ନାଇ ବିମାନବନ୍ଦର ରନୱେ

ଚେନ୍ନାଇ : ତାଣ୍ଡବ ରଚିଲା ମିଗଜୋମ । ବିଶେଷକରି ଚେନ୍ନାଇର ଅବସ୍ଥା ବେହାଲ କରି ଦେଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ  ଆରମ୍ଭ  ହୋଇଯାଇଛି । ରାସ୍ତା ଉପରେ ପାଣିରୁ ସୁଅ । ପାଣିର ସୁଆ ଏତେ ପ୍ରଖର ହୋଇଛି ଯେ, ରାସ୍ତା ଉପରେ କାର ଭାସୁଥିବା ଦେଖିବାକୁ ମିଳିଛି । ଭୀଷର ବାତ୍ୟାର ରୂପ ନେଇ ମାଡି ଆସୁଛି ମିଗଜୋମ ।   ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଇଲାକାରେ ଆକାଶରେ କଳା ବାଦଲ ଛାଇ ଯାଇଛି । ଅନେକ ଜାଗାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ବାତ୍ୟା ପ୍ରଭାବରେ ଚେନ୍ନାଇର ଉପକୂଳବର୍ତ୍ତୀ ଅଞ୍ଚଳରେ ମୂଷଳଧାରାରେ ବର୍ଷା ହେଉଛି । ଫଳରେ ଚେନ୍ନାଇ ଏୟାର ପୋର୍ଟର ରନୱେ ଜଳମଗ୍ନ ହୋଇଯାଇଛି । ଫଳରେ ବିମାନ ଚଳାଚଳ ବ୍ୟାହତ ହୋଇଛି । ଆଇଏମଡି ସୂଚନା ଅନୁସାରେ, ଉତ୍ତର ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ଘଣ୍ଟାକୁ ୧୩ କିମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆଜି ମଧ୍ୟାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ମଙ୍ଗଳବାର ପୂର୍ବାହ୍ନ ବେଳକୁ ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ। ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭବନା ରହିଛି । ବାତ୍ୟା ପ୍ରଭାବରେ ଡିସେମ୍ବର ୪ ତାରିଖ ସଂନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ୩୫ରୁ ୪୫ କିମି ବେଗରେ ପବନ ବହିପାରେ ଏବଂ ବେଳେବେଳେ ବେଗ ୫୫ ଛୁଇଁପାରେ ବୋଲି ଆଇଏମଡି ଆକଳନ କରିଛି । ଏହାର ପ୍ରଭାବ ୧୨ ଘଣ୍ଟା ରହିବ । ଡିସମ୍ବର ୫ ତାରିଖରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ବୋଲି ଆଇଏମଡି ଆକଳନ କରିଛି । ୫ ତାରିଖରେ ମାଲକନାଗିରି, କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ମଧ୍ୟ ବାତ୍ୟା ପ୍ରଭାବ ଅନୁଭୂତ ହେବ । ଏଠାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ବେଳେବେଳେ ପବନର ବେଗ ୫୦ ଛୁଇଁପାରେ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking