32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକାବୁଲ କବଜା ପରେ ତାଲିବାନର ମସ୍ତି, କେଉଁଠି ଚଲାଉଛି ଟଏ କାର, ତ ଆଉ କେଉଁଠି...

କାବୁଲ କବଜା ପରେ ତାଲିବାନର ମସ୍ତି, କେଉଁଠି ଚଲାଉଛି ଟଏ କାର, ତ ଆଉ କେଉଁଠି ଜିମରେ ଆସୁଛନ୍ତି ନଜର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିନେଇଛି । କାଲିଠାରୁ ଲଗାତର ଭାବେ ଆଫଗାନିସ୍ତାନକୁ ନେଇ ବିବିନ୍ନ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ତାଲିବାନମାନେ ଆଫଗାନିସ୍ତାନର ସଡକରେ ଦେଖାଯାଉଛନ୍ତି । ଏତିକି ନୁହେଁ, ତାଲିବାନ ରାଷ୍ଟ୍ରପତି ଭବନକୁ ବି କବଜା କରିନେଇଛି ଓ ଏହାର ଏକ ଭିଡିଓ ସେୟାର କରିଛି, ଯେଉଂଥିରେ ଆପଣ ଦେଖିପାରିବେ ଯେ, ତାଲିବାନ କେଉଁଠି ଟଏ କାର ଚଲାଉଛି ତ ଆଉ କେଉଁଠି ଜିମରେ କସରତ କରୁଥିବା ନଜର ଆସୁଛି ।

ରାମ ଗୋପାଳ ଭର୍ମା ଏକ ଇନଷ୍ଟାଗ୍ରାମ ପୃଷ୍ଠାର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ତାଲିବାନମାନେ ଦେଖିବାକୁ ମିଳୁଛନ୍ତି । ରାମ ଗୋପାଳ ଭର୍ମା ତାଲିବାନର ଏକ ଖେଳନା କାର ଚଳାଉଥିବା ଭିଡିଓ ମଧ୍ୟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ‘ଶେଷରେ ସତ୍ୟ … ତାଲିବାନ କେବଳ ପିଲା …’ ଏହିପରି ଭାବରେ ସେ ତାଲିବାନମାନଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking