27.1 C
Bhubaneswar
Sunday, May 25, 2025
Homeଖେଳସଟ୍‌ପୁୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ

ସଟ୍‌ପୁୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସୀୟ କ୍ରୀଡା ସଟପୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ । ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ତଜିନ୍ଦର ପାଲ ସିଂ ତୁର୍ । ୨୦,୩୬ମିଟର ପର୍ଯ୍ୟନ୍ତ ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି ତଜିନ୍ଦର ପାଲ ସିଂ ତୁର ।
ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ୮ମ ଦିନରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ ମିଳିଛି। ପ୍ରଥମେ ଶୁଟିଂର ଟ୍ରାପ ଇଭେଣ୍ଟ, ପରେ ଷ୍ଟିପଲଚେଜ୍‌ରେ ଅବିନାଶ ସାବଲ ଓ ଏବେ ଶଟପୁଟରେ ତଜିନ୍ଦର ପାଲ ସିଂହ ତୁର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସେ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଏହି ପ୍ରତିଯୋଗିତାରେ ପ୍ରବେଶ କରିଥିଲେ। ସେ ଏବେ ପୁଣି ଚାମ୍ପିୟନ ହୋଇଛନ୍ତି। ଆଜି ତଜିନ୍ଦର ନିଜର ୬ଷ୍ଠ ପ୍ରାୟସରେ ୨୦.୩୬ ମିଟର ଦୂରତାକୁ ଲୁହା ବଲ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking