27.1 C
Bhubaneswar
Friday, June 21, 2024
Homeଖେଳଟି-୨୦ ବିଶ୍ୱକପ ୨୦୨୪ : ଓମାନକୁ ହରାଇ ଜିତିଲା ଇଂଲଣ୍ଡ

ଟି-୨୦ ବିଶ୍ୱକପ ୨୦୨୪ : ଓମାନକୁ ହରାଇ ଜିତିଲା ଇଂଲଣ୍ଡ

ନୂଆଦିଲ୍ଲୀ : ଓମାନକୁ ହରାଇ ଜିତିଲା ଇଂଲଣ୍ଡ । ଟି-୨୦ ବିଶ୍ୱକପ ୨୦୨୪ ର ୨୮ ତମ ମ୍ୟାଚରେ ଇଂଲଣ୍ଡ ଓ ଓମାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ମାତ୍ର ୧୯ ଟି ବଲରେ ବିଜୟ ହାସଲ କରିଛି । ଓମାନକୁ ୮ ୱିକେଟରେ ପରାସ୍ତ କରିବା ସହ ସୁପର -୮ ରେ ପହଞ୍ଚିବାର ଆଶା ବଜାୟ ରଖିଛି। ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଷ୍ଟାଡିୟମରେ ୱିକେଟ୍ ର ବର୍ଷା କରିବାକୁ ଲାଗିଥିଲା। ଇଂଲିଶ ବୋଲିଂ ଆକ୍ରମଣ ଆଗରେ ଓମାନର ୧୩.୨ ଓଭରରେ ୪୭ ରନ ସଂଗ୍ରହ କରିଥିଲା। ଟି-୨୦ ବିଶ୍ୱକପ ଇତିହାସରେ ଏହା ଚତୁର୍ଥ ସର୍ବନିମ୍ନ ଦଳୀୟ ସ୍କୋର ଥିଲା। ସ୍ପିନର ଆଦିଲ ରସିଦ ୪ ଓଭରରେ ୧୧ ରନ ଦେଇ ଚାରିଟି ୱିକେଟ୍ ନେଇଥିବାବେଳେ ଜୋଫ୍ରା ଆର୍ଚର ଓ ମାର୍କ ଉଡ଼ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିଭଳି ଏହି ମ୍ୟାଚରେ ଜୋଫ୍ରା ଆର୍ଚର ମଧ୍ୟ ତାଙ୍କର ୫୦ ତମ ଟି-୨୦ ଅନ୍ତର୍ଜାତୀୟ ୱିକେଟ୍ ନେଇଥିଲେ। ଦ୍ଵିତୀୟ ଇନିଂସରେ ଫିଲ ସଲ୍ଟ ଓ ଯଶ ବଟଲର ବିସ୍ଫୋଟକ ଆରମ୍ଭ କରିଥିଲେ । ଫିଲ ସଲ୍ଟ ୩ ଟି ବଲ ଖେଳି ନିଜ ୱିକେଟ୍ ହରାଇଥିଲେ ମଧ୍ୟ ୨ ଟି ଛକ୍କା ମାରି ୧୨ ରନ ସଂଗ୍ରହ କରିଥିଲେ । ଯଶ ବଟଲର ୮ ଟି ବଲ ଖେଳି ୨୪ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୪ ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ୱିଲ ଜ୍ୟାକ୍ସ ୭ ବଲରେ ୫ ରନ କରିଥିଲେ ଓ ଯନି ବେରଷ୍ଟୋ ୨ ଟି ବଲରେ ୨ ଟି ଚୌକା ମାରିଥିଲେ । ଏହା ସହ ଇଂଲଣ୍ଡ ମାତ୍ର ୧୯ ବଲରେ ବିଜୟ ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking