33.1 C
Bhubaneswar
Friday, May 3, 2024
Homeଓଡିଶାଫୁଲୁଛି ଭାର୍ଗବୀ, ଭୟଭୀତ କୂଳବାସୀ

ଫୁଲୁଛି ଭାର୍ଗବୀ, ଭୟଭୀତ କୂଳବାସୀ

ସାକ୍ଷୀଗୋପାଳ : ଲଘୁଚାପ ଜନିତ ବର୍ଷା ଯୋଗୁଁ ସତ୍ୟବାଦୀରେ ପ୍ରବାହିତ ଭାର୍ଗବୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ଏବେ ନଦୀ ପଠା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀର ବାମ ପାଶ୍ୱର୍ ବନ୍ଦବଳଙ୍ଗା ଜଳସେଚନ ଅଧୀନରେ ରହିଥିବା ବେଳେ ଡାହଣ ପାଶ୍ୱର୍ ନଦୀ ବନ୍ଦ ସତ୍ୟବାଦୀ ଜଳସେଚନ ବିଭାଗ ଅଧୀନରେ ରହିଛି । ନଦୀରେ ବନ୍ୟା ପରିସ୍ଥିତକୁ ନଜର କରି ଜଳସେଚନ ବିଭାଗର ବଳଙ୍ଗା ଓ ସତ୍ୟବାଦୀ ଡିଭିଜନ ସଜାଗ ରହିଛନ୍ତି । ସମସ୍ତ କର୍ମଚାରୀ ପାଟ୍ରୋଲିଂ କରିବା ସହିତ ସଜାଗ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସତ୍ୟବାଦୀ ଜଳ ସେଚନ ଅଧୀନରେ ଥିବା ଗଙ୍ଗାନାରାୟଣପୁରଠାରେ ୬.୩୨ ମିଟର ବିପଦ ସଙ୍କେତ ରହିଥିବା ବେଳେ ବର୍ତ୍ତମାନ ସେଠାରେ ୬.୫୦ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ମାତ୍ର ଏଠାରେ ନଦୀ ବନ୍ଦର ଉଚ୍ଚତା ବହୁତ ରହିଛି । ବନ୍ଦରେ କୌଣସି ବିପଦ ବା ଅସୁବିଧା ନାହିଁ ବୋଲି ସତ୍ୟବାଦୀ ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ଉପଖଣ୍ଡ ଅଧିକାରୀ ନବ ମହାପାତ୍ରଙ୍କଠାରୁ ସୂଚନା ମିଳିଛି । ସେହିପରି ବଳଙ୍ଗା ଡିଭିଜନରେ ୧୦.୪୨ ବିପଦ ସଙ୍କେତ ରହିଥିବା ବେଳେ ସେଠାରେ ୧୦.୦୩ ବନ୍ୟା ଜଳ ପ୍ରବାହିତ ହେଉଥିବା ବଳଙ୍ଗା ଡିଭିଜନର ଉପଖଣ୍ଡ ଅଧିକାରୀ ରାକେଶ ମଲ୍ଲିକଙ୍କଠାରୁ ସୂଚନା ମିଳିଛି । ଦୁଇ ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ସହିତ ଅନ୍ୟ କର୍ମଚାରୀମାନେ ନଦୀ ବନ୍ଦରେ ଦିନରାତି ମଟର ସାଇକେଲରେ ପାଟ୍ରୋଲିଂ କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ପାଣି ମୁଣ୍ଡଳୀରୁ କମିବା ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେଣୁ କୌଣସି ଭୟଭୀତ ହେବାର ନାହିଁ ବୋଲି ସତ୍ୟବାଦୀ ଜଳସେଚନ ବିଭାଗର ଉପଖଣ୍ଡ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking