26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶ‘ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି’ ଗଠନ କଲେ ସ୍ୱାମୀ ମୌର୍ଯ୍ୟ

‘ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି’ ଗଠନ କଲେ ସ୍ୱାମୀ ମୌର୍ଯ୍ୟ

ଲକ୍ଷ୍ନୌ:  କିଛି ଦିନ ପୂର୍ବେ ସମାଜବାଦୀ ପାର୍ଟି (ଏସ୍‌ପି)ର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଖୁବଶୀଘ୍ର ଦଳର ସଦସ୍ୟତାରୁ ଇସ୍ତଫା ଦେଇ ନିଜର ଏକ ଦଳ ଗଠନ କରିପାରନ୍ତି । ସୋମବାର ସେ ନିଜ ନୂଆ ଦଳର ନାମ ଏବଂ ଦଳୀୟ ପତାକାକୁ ଉନ୍ମୋଚନ ମଧ୍ୟ କରିସାରିଛନ୍ତି । ମୌର୍ଯ୍ୟଙ୍କ ସମ୍ପର୍କରେ ଏବେ ଏପ୍ରକାର କିଛି ବଡ଼ ଖବରସବୁ ସାମ୍ନାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଏସ୍‌ପିର ବରିଷ୍ଠ ନେତୃବୃନ୍ଦ, ଏପରିକି ଅଖିଳେଶ ଯାଦବ ମଧ୍ୟ ଏବେ ମୌର୍ଯ୍ୟଙ୍କୁ ବୁଝାଇବା କାର୍ଯ୍ୟରେ ଲାଗିପଡିଛନ୍ତି । କିନ୍ତୁ ମୌର୍ଯ୍ୟ ସେମାନଙ୍କ କଥାକୁ କେତେ ଦୂର ଶୁଣିଛନ୍ତି, ଏଦିଗରେ ସେ କ’ଣ ଚିନ୍ତା କରୁଛନ୍ତି ସେସମ୍ପର୍କରେ ଏବେଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲେ ମଧ୍ୟ ସେ ଆସନ୍ତା ୨୨ ତାରିଖରେ ତାଲକଟୋରା ଷ୍ଟାଡିୟମ୍‌ରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ମଧ୍ୟ ହୋଇସାରିଛି । ନିଜ ଦଳର ନାମ ସେ ‘ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି’ ରଖିଛନ୍ତି । ସେହିପରି ନିଜ ଦଳୀୟ ପତାକାର ରଙ୍ଗ ନାଲି, ନୀଳ ଏବଂ ସବୁଜ ରଙ୍ଗ ରହିବ ବୋଲି ଜଣାପଡିଛି । ପ୍ରକାଶ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ସମାଜବାଦୀ ପାର୍ଟିରେ ତାଙ୍କୁ ଏବଂ ତାଙ୍କ ଭଳି ନେତାଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking