34.1 C
Bhubaneswar
Wednesday, May 6, 2026
Homeଖେଳଅନୱର ଅଲୀଙ୍କ ନିଲମ୍ବନ ହଟାଇଲା ଏଆଇଏଫ୍‌ଏଫ୍‌

ଅନୱର ଅଲୀଙ୍କ ନିଲମ୍ବନ ହଟାଇଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଫୁଟ୍‌ବଲ୍ ମହାଂସଘ (ଏଆଇଏଫ୍‌ଏଫ୍‌) ଶୁକ୍ରବାର ଭାରତୀୟ ଡିଫେଣ୍ଡର ଅନୱର ଅଲୀଙ୍କ ନିଲମ୍ବନ ପ୍ରତ୍ୟାହାର କରିନେଇଛି। ଏଆଇଏଫ୍‌ଏଫ୍‌ର ପ୍ଲେୟରର୍ସ ଷ୍ଟାଟସ୍ କମିଟି (ପିଏସ୍‌ସି) ଦିଲ୍ଲୀ ହାଇକୋର୍ଟଙ୍କୁ ଏହି ସୂଚନା ଦେଇଛି। ମହାସଂଘ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ କମିଟି ଏହି ପ୍ରସଙ୍ଗ ଉପରେ ଶନିବାର ନୂଆ ଭାବେ ବିଚାର କରିବ ଏବଂ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ବିସ୍ତୃତ ଆଦେଶ ଜାରୀ କରିବ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୦ ତାରିଖରେ ଏଆଇଏଫ୍‌ଏଫ୍‌ର ପିଏସ୍‌ସି ଅନୱର ଅଲୀଙ୍କୁ ଦୋଷୀ ସାବ୍ୟସ୍ତ କରି ଚାରିମାସ ନିଲମ୍ବିତ କରିଥିଲେ। ଏହା ସହିତ ମହାସଂଘ ମୋହନ ବାଗାନକୁ ୧୨.୯୦ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ଅଲୀ ଏବଂ ଦୁଇ କ୍ଲବ୍ ଇଷ୍ଟ ବେଙ୍ଗଲ୍ ଏବଂ ଦିଲ୍ଲୀ ଏଫ୍‌ସିକୁ କହିଥିଲା। ସେହିପରି ପିଏସ୍‌ସି ଅନୱରଙ୍କ ମୂଳ କ୍ଲବ୍ ଦିଲ୍ଲୀ ଏଫ୍‌ସି ଏବଂ ଇଷ୍ଟ ବେଙ୍ଗଲ୍‌ର ଆଗାମୀ ଦୁଇ ୱିଣ୍ଡୋ (୨୦୨୪-୨୫ ଶୀତକାଳୀନ ଓ ୨୦୨୫-୨୬ ଗ୍ରୀଷ୍ଣକାଳୀନ)ରେ ନୂଆ ଖେଳାଳିଙ୍କ ସହ ଚୁକ୍ତି ଉପରେ ରୋକ୍ ମଧ୍ୟ ଲଗାଇ ଦେଇଥିଲା। ପିଏସ୍‌ସିର ନିଷ୍ପତ୍ତି ବିରୋଧରେ ଅଲୀ ଏବଂ ତାଙ୍କ ଦୁଇ ଟିମ୍ ଇଷ୍ଟ ବେଙ୍ଗଲ ଓ ଦିଲ୍ଲୀ ଏଫ୍‌ସି ପକ୍ଷରୁ ଦାଖଲ ଆବେଦନର ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେଉଥିଲା।
ଉଲ୍ଲେଖଯୋଗ୍ୟ, ଇଷ୍ଟ ବେଙ୍ଗଲ ସହ ଅଲୀଙ୍କ ଚୁକ୍ତିକୁ ମୋହନ ବାଗାନ ଚ୍ୟାଲେଞ୍ଜ୍ କରିଥିଲା। ୨୩ ବର୍ଷୀୟ ଅଲୀ ଗତ ସିଜନ୍‌ରେ ମୋହନ ବାଗାନକୁ ଆଇଏସ୍‌ଏଲ୍ ଶିଲ୍ଡ ବିଜେତା କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଡିଫେନ୍ସ ଲାଇନ୍‌ରେ ଚମତ୍କାର ପ୍ରଦର୍ଶନ ସହ ୨୬ ମ୍ୟାଚ୍‌ରେ ୩ଟି ଗୋଲ୍ ମଧ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking