ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନାଁରେ ଭଙ୍ଗ ନୋଟିସ ଆଣିଲେ ନରସିଂହ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ କରାଯାଇଥିବା ସୂଚନା । ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ । ଗୃହରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିବାରୁ ସ୍ୱାଧିକାର ଭଙ୍ଗ ନୋଟିସ କରାଯାଇଥିବା ସୂଚନା । କୋର୍ଟ ମନିଟର୍ଡ ତଦନ୍ତ ଜୁଡିସିଆଲ ଅର୍ଡର ନୁହେଁ ବୋଲି କହିଛନ୍ତି ନରସିଂହ ମିଶ୍ର । ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତି ନେଇ ଗୃହକୁ ବିଭ୍ରାନ୍ତ କରାଯାଇଛି । ନୋଟିସ ପାଇଥିବା କହି ଅନୁଧ୍ୟାନ କରାଯାଉଛି କହିଲେ ବାଚସ୍ପତି ।