26.1 C
Bhubaneswar
Monday, June 30, 2025
Homeଓଡିଶାସ୍ୱଚ୍ଛଭାରତ ଅଭିଯାନରେ ମାତୃଶକ୍ତିଙ୍କ ବିପୁଳ ମାତ୍ରାରେ ଯୋଗଦାନ ସମାଜର ବିକାଶ ସହ ନାରୀ ସଶକ୍ତିକରଣର ଏକ...

ସ୍ୱଚ୍ଛଭାରତ ଅଭିଯାନରେ ମାତୃଶକ୍ତିଙ୍କ ବିପୁଳ ମାତ୍ରାରେ ଯୋଗଦାନ ସମାଜର ବିକାଶ ସହ ନାରୀ ସଶକ୍ତିକରଣର ଏକ ଅଦ୍‌ଭୂତ ରୂପରେଖ ତିଆରି କରିଛି: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପାଇଁ ଶ୍ରମଦାନର ଗୁରୁତ୍ୱକୁ ହୃଦୟଙ୍ଗମ କରି ଓଡ଼ିଶା ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ପୁର୍ଣ୍ଣ ସହଯୋଗ ଓ ପାଥେୟ ଉପଦେଶ ଅନୁସାରେ ଆଜି ସାରା ରାଜ୍ୟ ମହିଳାମୋର୍ଚ୍ଚା ଦ୍ୱାରା “ସ୍ୱଚ୍ଛାଞ୍ଜଳୀ” ମାଧ୍ୟମରେ କାର୍ଯ୍ୟକ୍ରମକୁ ସଫଳ କରାଯାଇଛି । ଆଜି ସକାଳ ୧୦ରେ ଏକ ଘଂଟା ପାଇଁ ଜିଲ୍ଲାସ୍ତରର ସମସ୍ତ ସଭାନେତ୍ରୀମାନେ ନିଜ ନିଜ ଜିଲ୍ଲାରେ ଓ ବିଭିନ୍ନ ଅଂଚଳ ଓ ସର୍ବୋପରି ଦେଶକୁ ସ୍ୱଚ୍ଛ ରଖିବାର ସଂକଳ୍ପ ସହିତ ଶ୍ରମଦାନ କରି ଏକ ଅଭିନୟ ପରିବେଶ ସୃଷ୍ଟି କରିଛନ୍ତି । ଏକ ସାଥୀରେ ଏକ ମନନେଇ ସମସ୍ତେ ଏକଜୁଟ ହୋଇଛନ୍ତି ଓ ସଫେଇ କାର୍ଯ୍ୟ କରି ପରିବେଶ ସୁସ୍ଥ ସହିତ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ମଧ୍ୟ କରିଛନ୍ତି ।

ସ୍ୱଚ୍ଛ ଭାରତ ଅଭିଯାନରେ ମାତୃଶକ୍ତିଙ୍କ ବିପୁଳ ମାତ୍ରାରେ ଯୋଗଦାନ ସମାଜର ବିକାଶ ସହ ନାରୀ ସଶକ୍ତିକରଣର ଏକ ଅଦ୍‌ଭୂତ ରୂପରେଖ ତିଆରି କରିଛି । ପୂଜ୍ୟ ପ୍ରଧାନମନ୍ତ୍ରୀ ନାରୀଶକ୍ତିକୁ ଯେଉଁ ମର୍ଯ୍ୟାଦା ଓ ସମ୍ମାନ ଦେଇଛନ୍ତି ତାହା ସମଗ୍ର ବିଶ୍ୱରେ ଅତୁଳନୀୟ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଅଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking