37.1 C
Bhubaneswar
Friday, May 17, 2024
Homeଓଡିଶାଡିଏଭି ପୋଖରୀପୁଟରେ ସ୍ୱାଭିମାନ ଦିବସ ପାଳିତ

ଡିଏଭି ପୋଖରୀପୁଟରେ ସ୍ୱାଭିମାନ ଦିବସ ପାଳିତ

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜନ୍ମ ବାର୍ଷିକ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ୍ ମାଧ୍ୟମରେ ତର୍କ, ଚିତ୍ରକଳା, ମଧୁବାବୁଙ୍କ ଉକ୍ତି ଆଧାରିତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ସହମାରା ସମୟରେ ମଧୁବାବୁଙ୍କ ସେବା କାର୍ଯ୍ୟ ଆମମାନଙ୍କ ପାଇଁ ଜ୍ୱଳନ୍ତ ଉଦାହରଣ । ଏହାଛଡ଼ା କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ଘରେ ରହିି ଅନ୍‌ଲାଇନ୍ ଶିକ୍ଷାଗ୍ରହଣରେ ମନୋନିବେଶ କରିବା ସହିତ ସରକାରଙ୍କ ନିୟମକୁ ପାଳନ କରିବାକୁ ଉପଦେଶ ଦେଇଥିଲେ । ବିଦ୍ୟାଳୟର ସମସ୍ତ ବରିଷ୍ଠ ନିରୀକ୍ଷକା ନିଜ ନିଜର ସୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଓନିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଶୁଭ୍ରାଶୁଂ ମୋହନ ଦାଶଙ୍କ ପ୍ରତ୍ୟେକ୍ଷ ତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ବରିଷ୍ଠ ଶିକ୍ଷକ ନରୋତ୍ତମ ଷଢ଼ଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ଓଡ଼ିଆ ବିଭାଗର ଶିକ୍ଷକ କେବଶବ ଚନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଝରଣା ମିଶ, ବିଜୟ କୁମାର ପଣ୍ଡା, କ୍ଷଣପ୍ରଭା ନନ୍ଦ ଓ ସୁଜାତା ମହାନ୍ତିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking