28.1 C
Bhubaneswar
Sunday, October 6, 2024
Homeଅପରାଧସନ୍ଦେହ ବିଗାଡ଼ିଦେଲା ସମ୍ପର୍କ: ପ୍ରେମିକା ଘରେ ଝୁଲିପଡ଼ିଲେ ପ୍ରେମିକ

ସନ୍ଦେହ ବିଗାଡ଼ିଦେଲା ସମ୍ପର୍କ: ପ୍ରେମିକା ଘରେ ଝୁଲିପଡ଼ିଲେ ପ୍ରେମିକ

ଭୁବନେଶ୍ୱର: ୫ ବର୍ଷର ପ୍ରେମ ସମ୍ପର୍କ । ସେଥିରେ ପୁଣି ୩ ବର୍ଷରୁ ଅଧିକ ସମୟ ବିତିଥିଲା ଲିଭ୍‌-ଇନ୍‌ରେ । କିନ୍ତୁ ଶେଷରେ ସନ୍ଦେହର ବିଷ ବିଗାଡ଼ିଦେଲା ସବୁ ମଧୁର ସମ୍ପର୍କ । ପ୍ରେମିକାଙ୍କ ଘରେ ପ୍ରେମିକାଙ୍କ ଓଢ଼ଣିକୁ ବେକରେ ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଲେ ପ୍ରେମିକ । ଗତକାଲି ରାତିରେ ଧଉଳି ଲିଙ୍ଗିପୁର ପଞ୍ଚାୟତସ୍ଥିତ ଇନ୍ଦିରା କଲୋନିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ପୁରୀ ନିମାପଡ଼ା ଥାନା ଲମ୍ବିଲୋ ଗାଁର ପପୁନି ସ୍ୱାଇଁ(୩୦) । ଧଉଳି ଥାନା ପୁଲିସ ପପୁନିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିବା ସହ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କିନ୍ତୁ ପ୍ରେମିକାଙ୍କ ପରିବାର ଲୋକେ ପପୁନିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ସାନ ଭାଇ ଦିପୁନି ଧଉଳି ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ ଅଧିକ ତଦନ୍ତ ଚଳାଇଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବାକୁ ଅପେକ୍ଷା କରିଥିବା ସୂଚନା ଦେଇଛି । ଇନ୍ଦିରା କଲୋନିରେ ରହୁଥିବା ଖୋର୍ଦ୍ଧା ହଳଦିଆ ଅଞ୍ଚଳର ମାମୁନି (ଛଦ୍ମନାମ)ଙ୍କ ସହ ପପୁନିଙ୍କର ପ୍ରେମ ସମ୍ପର୍କ ଥିଲା । ୨୦୧୭ ମସିହାରୁ ସେମାନେ ପରସ୍ପରକୁ ଭଲପାଉଥିଲେ ଏବଂ ସେମାନଙ୍କର ବାହାଘର ପାଇଁ ଦୁଇ ପରିବାରର ସହମତି ଥିଲା । କିନ୍ତୁ ପପୁନିଙ୍କ ବଡ଼ ଭଉଣୀର ବାହାଘର ପାଇଁ ଦିନ ଗଡ଼ାଇଦିଆଯାଇଥିଲା । ଭୁବନେଶ୍ୱରରେ ପାଇପ୍ ମିସ୍ତ୍ରି କାମ କରୁଥିବା ପପୁନି ପ୍ରାୟ ୩ ବର୍ଷ ହେଲା ମାମୁନିଙ୍କ ଘରକୁ ଯା’ଆସ କରୁଥିଲେ ଏବଂ ମଝିରେ ମଝିରେ ରହିଯାଉଥିଲେ । ତେଣୁ ସେମାନେ ଏକପ୍ରକାର ଲିଭ୍‌-ଇନ୍‌ରେ ରହୁଥିଲେ । ସବୁ କିଛି ଭଲରେ ଚାଲିଥିଲା । କିନ୍ତୁ ଏହା ଭିତରେ ମାମୁନି ଏକ ସହଜ ସେବାକେନ୍ଦ୍ରରେ ଚାକିରି କରିଥିଲେ ।

ଏଇଠୁ ଆରମ୍ଭ ହେଲା ଝଡ଼ । ମାମୁନିଙ୍କ ଫୋନ୍‌କୁ ବାରମ୍ବାର କଲ୍ ଆସୁଥିବାରୁ ପପୁନି ସନ୍ଦେହ କରିଥିଲେ । ଏହାକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଏହାପରଠୁ ପପୁନି ମଦ ପିଇ ମାମୁନିଙ୍କ ଘରକୁ ଆସୁଥିଲେ । ଫଳରେ ମନାନ୍ତର ବଢ଼ିବଢ଼ି ଚାଲିଥିଲା । ପୁଲିସକୁ ମାମୁନି ଦେଇଥିବା ବୟାନ ଅନୁସାରେ ପୂର୍ବରୁ ପପୁନି ଦୁଇ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମାମୁନିଙ୍କ ପରିବାର ଲୋକେ ତାଙ୍କୁ ବଞ୍ଚାଇଦେଇଥିଲେ । ଗତକାଲି ଅପରାହ୍ଣ ପ୍ରାୟ ୧ଟା ବେଳେ ପପୁନି ମଦ ପିଇ ଘରକୁ ଆସିଥିଲେ । ନିଶାସକ୍ତ ଅବସ୍ଥାରେ ସେ ମାମୁନିଙ୍କୁ ଗାଳିମନ୍ଦ କରିବାରୁ ପୁଣି ଝଗଡ଼ା ହୋଇଥିଲା । ଏହାପରେ ପପୁନି ଶୋଇବା ଘରକୁ ଚାଲିଯାଇଥିଲେ ଏବଂ ମାମୁନି ରୋଷେଇ ଘରକୁ ଯାଇଥିଲେ । କିଛି ସମୟ ପରେ ମାମୁନି, ପପୁନିଙ୍କୁ ଖାଇବା ଲାଗି ଡାକିବାକୁ ଯାଇଥିଲେ । କିନ୍ତୁ ସେ ଶୋଇବା ଘରକୁ ଯିବା ବେଳକୁ ପପୁନିଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking