31.1 C
Bhubaneswar
Sunday, May 19, 2024
Homeଓଡିଶାନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ

ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ

ବଳଙ୍ଗା: ମଙ୍ଗଳବାର ବିଳମ୍ବିତ ରାତିରେ ବଳଙ୍ଗା ଥାନା ଅଞ୍ଚଳର ଏକ ଗ୍ରାମର ଅପହରଣ ହୋଇ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ନାବାଳିକାର ମୃତ୍ୟୁକୁ ନେଇ ବଳଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ୍ୟୁବରଣ କରିଥିବା ନାବାଳିକା ଜଣକ ସରସ୍ୱତୀ ସ୍ୱାଇଁ(୧୭) ବୋଲି ଜଣାପଡିଛି । ସୂଚନା ମୁତାବକ ଗତ ୩୦ତାରିଖ ଦିନ ସଂଧ୍ୟାରେ ସରସ୍ୱତୀ ବଳଙ୍ଗା ବଜାରକୁ ଜେରସ୍କ କରିବାକୁ ଆସିଥିବା ବେଳେ ତାଙ୍କୁ ଏହି ଥାନା ଅନ୍ତର୍ଗତ ଖଇରିକୁଣ୍ଡ ଗ୍ରାମର ଗଦାଧର ବେହେରା ନାମକ ଜଣେ ଯୁବକ ବାଇକ ଯୋଗେ ଅପହରଣ କରିନେଇଥିବା ନେଇ ସରସ୍ୱତୀଙ୍କ ବାପା ଥାନାରେ ଘଟଣାର ପରଦିନ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ବଳଙ୍ଗା ପୁଲିସ ପକ୍ଷରୁ ଥାନାରେ ଏକ ଅପହରଣ ମାମଲା ରୁଜୁକରାଯାଇ ଭ୍ୱବନେଶ୍ୱରର ଏକ ସ୍ଥାନରେ ଚଢାଉ କରାଯାଇ ଅଭିଯୁକ୍ତ ଗଦାଧରକୁ ଗିରଫ କରିବା ସହ ସରସ୍ୱତୀକୁ ଉଦ୍ଧାରକରି ପରିବାର ଜିମା ଦିଆଯାଇଥିଲା । ତେବେ ମଙ୍ଗଳବାର ରାତିରେ ସରସ୍ୱତୀ ହଠାତ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ପରିବାର ଲୋକେ ତୁରନ୍ତ ପୁରୀ ଡାକ୍ତରଖାନା ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରସ୍ୱତୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ସମ୍ପର୍କରେ ହସ୍ପିଟାଲ ଫାଣ୍ଡି ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking