33.1 C
Bhubaneswar
Friday, May 17, 2024
Homeଓଡିଶାଚିଲିକାକୁ ମାଛ ଧରିବାକୁ ଯାଇଥିବା ଡଙ୍ଗାରେ ମତ୍ସ୍ୟଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଚିଲିକାକୁ ମାଛ ଧରିବାକୁ ଯାଇଥିବା ଡଙ୍ଗାରେ ମତ୍ସ୍ୟଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନା ଅନ୍ତର୍ଗତ ସାନ ନଈରି ଗ୍ରାମ ନିକଟ ହନୁମାନ ମାଛ ଧରା ପେଣ୍ଠରେ ଶନିବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଟି ସାନ ନଇରି ଗ୍ରାମର ଯୁଧିଷ୍ଟିର ବେହେରାଙ୍କ ପୁତ୍ର ମାନିଆ ବେହେରା ୪୦ ବର୍ଷ ବୋଲି ପରିଚୟ ମିଳିଛି। ଶୁକ୍ରବାର ରାତିରେ ମାନିଆ ସବୁଦିନ ପରି ଚିଲିକା ଭିତରକୁ ମାଛ ଧରିବା ପାଇଁ ଯାଇଥିଲେ ।

କିନ୍ତୁ ସକାଳୁ କିଛି ବ୍ୟକ୍ତି ହନୁମାନ ମାଛପେଣ୍ଠରେ ଦେଖିଥିଲେ ମାନିଆ ନିଜ ଡଙ୍ଗାରେ ମରି ପଡିଛି।ମୁଣ୍ଡରେ ସାମାନ୍ୟ ଆଘାତ ଥିବାବେଳେ ମୁହଁରୁ ସ୍ବଳ୍ପ ମାତ୍ରାରେ ଫେଣ ବାହାରୁଛି । ମାନିଆ ମରିଯାଇଥିବା ଘଟଣା ତାର ପରିବାର ଜାଣିବା ପରେ ନାଚୁଣି ଥାନାରେ ଜଣାଇଥିଲେ । ନାଚୁଣୀ ପୋଲିସ୍ ଖବର ପାଇବାପରେ ଏସ. ଆଇ.କେଶବ ଚନ୍ଦ୍ର ବେହେରା ସେଠାରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ନାଚୁଣୀ ପୋଲିସ ଅପମୃତ ମାମଲା ରୁ୍ଜୁ କରି ତଦନ୍ତ ଆରମ୍ଭ କରିଛି।ନାଚୁଣି ଓ ବାଣପୁର ଅଞ୍ଚଳରେ ନିକଟରେ ଦୁଇଟି ହତ୍ୟା ଘଟିଥିବା ବେଳେ ପୁଣିଥରେ ନଈରି ଜେଟି ନିକଟରେ ମରିପଡିଥିବା ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମାନିଆଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ।ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking