32.1 C
Bhubaneswar
Friday, October 18, 2024
Homeଅପରାଧସ୍ତ୍ରୀର ଚରିତ୍ର ସନ୍ଦେହରେ ସ୍ୱାମୀର ନାରକୀୟକାଣ୍ଡ; ଛୁଆଙ୍କ ସାମ୍ନାରେ ମାଆକୁ ହତ୍ୟା

ସ୍ତ୍ରୀର ଚରିତ୍ର ସନ୍ଦେହରେ ସ୍ୱାମୀର ନାରକୀୟକାଣ୍ଡ; ଛୁଆଙ୍କ ସାମ୍ନାରେ ମାଆକୁ ହତ୍ୟା

  • ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ନାରକୀୟ କାଣ୍ଡ । ଛୁଆ ସାମ୍ନାରେ ମାଆକୁ ହତ୍ୟା । ସ୍ତ୍ରୀ ଗଳା କାଟି ନିର୍ମମ ହତ୍ୟା କଲା ସ୍ବାମୀ । ଘଟଣାସ୍ଥଳ ଦେଇ ଯାଉଥିବା ପାଟ୍ରୋଲିଂ ଦଳ ପହଞ୍ଚି ହତ୍ୟାକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ୨୦୦୮ ମସିହାରେ ଉନ୍ନାଓ ଜିଲ୍ଲାର ସଫିପୁର ନିବାସୀ ଦୀନେଶ ଚନ୍ଦ୍ର ମିଶ୍ରଙ୍କ ପୁଅ ରାହୁଲ ମିଶ୍ର (୩୭ ବର୍ଷ)ଙ୍କ ପ୍ରେମ ବିବାହ ହୋଇଥିଲା । ମହିଳା ଜଣକ ରାୟବରେଲିର ମିଲ୍ ଥାନା ଅଞ୍ଚଳର ବାସିନ୍ଦା ଥିଲେ । ରାହୁଲ ତାଙ୍କ ପରିବାର ସହିତ ଲକ୍ଷ୍ନୌରେ ରହୁଥିଲେ । ଶନିବାର ଦିନ ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଏକ କାର୍ରେ ଲକ୍ଷ୍ନୌ ଛାଡ଼ି ରାୟବରେଲି ଅଭିମୁଖେ ଯାଇଥିଲେ ।
  • କିନ୍ତୁ ସେଠାକୁ ଯିବା ପରିବର୍ତ୍ତେ ସେ କାର ନେଇ ପୁର୍ବାଞ୍ଚଳ ଏକ୍ସପ୍ରେସୱେରେ ପହଞ୍ଚି କାରଟିକୁ ମଜେଶ ଛକ ନିକଟରେ ପାର୍କିଂ କରିଥିଲେ । ଏହା ପରେ ସେ ନିଜ ପତ୍ନୀଙ୍କୁ ଉଭୟ ଶିଶୁଙ୍କ ସମ୍ମୁଖରେ ଗଳା କାଟି ହତ୍ୟା କରିଥଲେ । ଏହା ପରେ ଘଣ୍ଟାଘଣ୍ଟା ଧରି ମୃତଦେହ ଏବଂ ଦୁଇ ପିଲାଙ୍କ ସହ କାରରେ ବସିଥିଲେ । ଘଟଣାସ୍ଥଳ ଦେଇ ଯାଉଥିବା ପାଟ୍ରୋଲିଂ ଦଳ ସନ୍ଦେହଜନକ ପଚରାଉଚରା କରିବାକୁ ଆସିଥିବା ବେଳେ କାରରେ ମୃତଦେହ ଦେଖି ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡିଛି ।
  • ଅନ୍ୟପଟେ ରାହୁଲ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ଆରମ୍ଭରୁ ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା କହିଛନ୍ତି ମହିଳାଙ୍କ ବାପା । ସେହିପରି ଘଟଣାକୁ ନେଇ ଥାନାଧିକାରୀ ରମେଶ କୁମାର କହିଛନ୍ତି ଯେ, ଉନ୍ନାଓ ଜିଲ୍ଲାର ବାସିନ୍ଦା ରାହୁଲ ମିଶ୍ର ତାଙ୍କ ପତ୍ନୀଙ୍କ ସହ ପୁର୍ବାଞ୍ଚଳ ଏକ୍ସପ୍ରେସୱେକୁ ଆସୁଥିଲେ । ରାହୁଲ ତାଙ୍କ ଦୁଇ ପିଲାଙ୍କ ସାମ୍ନାରେ କାରରେ ତାଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିଥିଲେ । ପାଟ୍ରୋଲିଂ ଦଳ ସେଠାରେ ପହଞ୍ଚିବା ପରେ ସେମାନେ ଗାଡିଟିକୁ ସନ୍ଦେହଜନକ ଅବସ୍ଥାରେ ଦେଖି ତଦନ୍ତ ପାଇଁ ଏହା ନିକଟରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking